Odisha Link
Bridging the Missing Links in Odisha

ଜବତ ହେଲା ୨ କେଜିରୁ ଅଧିକ ଓଜନର ସୁନା ବିସ୍କୁଟ, ଗିରଫ ହେଲେ ସଂପୃକ୍ତ ବ୍ୟବସାୟୀ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ୱରରେ ଜଣେ ବ୍ୟବସାୟୀଙ୍କ ଘରୁ ସୁନା ବିସ୍କୁଟ ଜବତ ହୋଇଥିବା ଖବର ସାମ୍ନାକୁ ଆସିଛି। ଜଣେ ବ୍ୟବସାୟୀଙ୍କ ଘରୁ ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ ଡିଆରଆଇ ଅଢେଇ କିଲୋଗ୍ରାମରୁ ଅଧିକ ସୁନା ବିସ୍କୁଟ ଜବତ କରିଛି । ୨ କେଜି ୪୬୫ ଗ୍ରାମର ସୁନା ବିସ୍କୁଟ ଡିଆରଆଇ ଜବତ କରିଛି। ଏହି ସୁନା ବିସ୍କୁଟ ବେଆଇନ୍ ଭାବେ ସ୍ମଗଲିଂ ହୋଇଥିବା ତଦନ୍ତରୁ ସ୍ପଷ୍ଟ ହୋଇଛି। ଏହି ମାମଲାରେ ସଂପୃକ୍ତ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ପରେ ସଂପୃକ୍ତ ବ୍ୟବସାୟୀଙ୍କୁ ରିମାଣ୍ଡରେ ଅଣାଯାଇ ତଦନ୍ତ କରାଯାଇଛି।

Leave A Reply

Your email address will not be published.