Odisha Link
Bridging the Missing Links in Odisha

ପୁଣି ଚର୍ଚ୍ଚାରେ ସାରଥି, ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜା କଲେ ଭକ୍ତ

ଓଏଲ୍‌ ବ୍ୟୁରୋ: ପୁଣି ଚର୍ଚ୍ଚାରେ ଆତ୍ମଘୋଷିତ ବାବା ସାରଥି। କେନ୍ଦ୍ରାପଡ଼ାର ଚର୍ଚ୍ଚିତ ଚେହେରା ତଥା ବାବା ସାରଥୀ ବା ସନ୍ତୋଷ ରାଉଳଙ୍କୁ ନେଇ ପୁଣି ବିବାଦ ଆରମ୍ଭ ହୋଇଛି। ସିଂହାସନରେ ଭଗବାନ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଥିବା ଏକ ଖବର ସାମ୍ନାକୁ ଆସିଛି। ନନ୍ଦ ଉତ୍ସବ ଅବସରରେ ପାରାଦୀପ ପିପ୍ପଳ ଗାଁରେ ପୂଜାର୍ଚ୍ଚନା କରାଯାଉଛି।

ସିଂହାସନରେ ଶ୍ରୀକୃଷ୍ଣଙ୍କ ମୂର୍ତ୍ତି ସହ ସାରଥିଙ୍କ ଫଟୋ ରଖି ପୂଜାର୍ଚ୍ଚନା କରାଯାଉଛି। ଏଥିରେ ପାରାଦୀପ ଓ କେନ୍ଦ୍ରାପଡ଼ା ଅଞ୍ଚଳରୁ ଶତାଧିକ ସାରଥି ଆଶ୍ରିତ ଯୋଗଦେଇଛନ୍ତି। ହୋମଯଜ୍ଞ, ଧ୍ୟାନ ଓ ସାମୂହିକ ପ୍ରାର୍ଥନା ଚାଲିଥିବା ବେଳେ ଶେଷରେ ଦହିହାଣ୍ଡି ଭଙ୍ଗା ହେବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ୨୦୧୫ ମସିହା ଅଗଷ୍ଟ ୮ତାରିଖରେ ସନ୍ତୋଷ ରାଉଳଙ୍କୁ ପୁଲିସ ଗିରଫ କରିବା ପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ସାମ୍ନାକୁ ଆସିଥିଲା। ଆଶ୍ରମର ଅନ୍ତେବାସିନୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଥମେ ଗିରଫ ହୋଇଥିଲେ। ଏହାପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ମଧ୍ୟ ହୋଇଥିଲା।

Leave A Reply

Your email address will not be published.