Odisha Link
Bridging the Missing Links in Odisha

ପ୍ରେମ ବିବାହ କଲେ ଝିଅ, ଶୁଦ୍ଧିକ୍ରିୟା କରିଦେଲେ ପରିବାର ଲୋକେ

ଓଏଲ୍‌ ବ୍ୟୁରୋ: ସତରେ ପ୍ରେମର କୌଣସି ନିର୍ଦ୍ଧିଷ୍ଟ ସଂଜ୍ଞା ବୋଧେ ନଥାଏ। ପ୍ରେମ ଯେ ଚିରଶାଶ୍ୱତ ଆଉ ଚିରନ୍ତନ। ଏଭଳି ଅନେକ ସଂଜ୍ଞା ପ୍ରେମୀଯୁଗଳଙ୍କ ପାଖରୁ ଶୁଣିବାକୁ ମିଳେ। ତେବେ ପ୍ରେମର ଖାଲି ସଂଜ୍ଞା ନୁହେଁ ବରଂ ପ୍ରେମକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଯାହା ବୋଧେ ଅତ୍ୟନ୍ତ ଆଶ୍ଚର୍ଯ୍ୟକର ଘଟଣା। ଗୋଟେ ପଟେ ଝିଅ ନିଜ ପ୍ରେମିକକୁ ସାତ ଜନ୍ମର ସାଥୀ କରିବା ନିମନ୍ତେ ବିବାହ କରି ସଂସାର ଗଢିବାକୁ ବସିଥିବା ବେଳେ ଅନ୍ୟପଟେ ଝିଅର ପ୍ରେମ ବିବାହ କରିବାରୁ ପରିବାର ଲୋକ ଝିଅ ବଞ୍ଚି ଥାଉ ଥାଉ ଶୁଦ୍ଧି ହୋଇଛନ୍ତି। ଏଭଳି ଏକ ଅଭାବନୀୟ ଘଟଣା ଏବେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା ଆଳି ନୂଆବଜାରର ଝିଅ ଦୀପାଞ୍ଜଳି ରାଜେନ୍ଦ୍ର ମଳିକଙ୍କୁ ଦୀର୍ଘ ବର୍ଷେ ହେବ ପ୍ରେମ କରୁଥିଲେ। ଝିଅ ପରିବାର ଲୋକ ବିରୋଧ କରୁଥିବା ବେଳେ ଗତକାଲି ମନ୍ଦିରରେ ପୁଅ ଘର ଲୋକ ଉଭୟଙ୍କ ବିବାହ କରିବା ପରେ ଝିଅ ପରିବାର ପକ୍ଷରୁ ଝିଅକୁ ଶୁଦ୍ଧି ହେବା ସହିତ ନୂଆ ବଜାର ମଧ୍ୟରେ ଏକ ପୋଷ୍ଟର ମାରି ଝିଅକୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ବିଦ୍ଧି ଅନୁଯାୟୀ ଶୁଦ୍ଧି କ୍ରିୟା କରିଛନ୍ତି। ଅପରପକ୍ଷେ ପୁଅ ପରିବାର ପକ୍ଷରୁ ଉଭୟଙ୍କ ବିବାହ କାର୍ଯ୍ୟ ଧୁମ ଧାମରେ ଚାଲିଛି। ଏଭଳି ଘଟଣାକୁ ନେଇ ଆଳି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପ୍ରେମ ବିବାହ କରିଥିବା ଝିଅ କହିଛନ୍ତି, ତାଙ୍କ ସହ ବାପ ଘର ଲୋକ ଅନ୍ୟାୟ କରିଛନ୍ତି। କିନ୍ତୁ ତାଙ୍କ ବାପା ମା’ଙ୍କର କୌଣସି ଦୋଷ ନଥିବା ସେ କହିଛନ୍ତି।

Leave A Reply

Your email address will not be published.