Odisha Link
Bridging the Missing Links in Odisha

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଛାତ୍ରୀଙ୍କୁ ନିର୍ଯାତନା ଘଟଣା: ନିଲମ୍ବିତ ହେଲେ ସଂପୃକ୍ତ ପ୍ରଫେସର

ଓଏଲ୍‌ ବ୍ୟୁରୋ: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଜଣେ ଛାତ୍ରୀଙ୍କୁ ନିର୍ଯାତନା ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା। ଏନେଇ ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଓଡ଼ିଆ ବିଭାଗର ସଂପୃକ୍ତ ଜଣେ ସହକାରୀ ପ୍ରଫେସର ନିଲମ୍ବିତ ହୋଇଥିବା ଜଣା ପଡିଛି। ନିଲମ୍ବନ ନେଇ କୁଳସଚିବ ନୃପରାଜ ସାହୁ ସୂଚନା ଦେଇଛନ୍ତି। ପୀଡ଼ିତାଙ୍କ ଲିଖିତ ଅଭିଯୋଗ ଆଧାରରେ କର୍ତ୍ତୃପକ୍ଷ ନିଲମ୍ବନ କରିଛନ୍ତି।