Odisha Link
Bridging the Missing Links in Odisha

ସୌମ୍ୟ ପଟ୍ଟନାୟକଙ୍କ ବିସ୍ଫୋରକ ବୟାନ, କହିଲେ-ଦଳ କାହିଁକି ଛାଡ଼ିବି ?

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଉଠୁଛି ପଡ଼ୁଛି ଓଡ଼ିଶା ରାଜନୀତି। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କକଷା ଆରମ୍ଭ କରିଥିବା ବେଳେ ରାଜ୍ୟ ରାଜନୀତିର ଅଙ୍କ ସବୁ ଏବେ ବିଗିଡ଼ିବାରେ ଲାଗିଛି। କାରଣ ବିଜେଡି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି। ଆଜି ମନ୍ତ୍ରୀ ପ୍ରତାପ ଦେବଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

ଶ୍ରୀ ପଟ୍ଟନାୟକ ଆଜି କହିଛନ୍ତି, ମୁଁ ବିଜେଡିରେ ରହି ଗର୍ବ ଅନୁଭବ କରେ। ମୋର ଦଳ ଛାଡିବାର ନାହିଁ।। ମତ କଣ ବଦଳେ ନାହିଁ, ତେବେ ଦଳ ବଦଳାଇବାରେ ଅସ୍ୱାଭାବିକତା କେଉଁଠି? ବିଜେଡିରେ ଯେଉଁମାନେ ଅଛନ୍ତି ସେମାନେ କଣ କଂଗ୍ରେସରୁ ଆସିନାହାନ୍ତି କି? ସେମାନେ କଣ ଦଳ ବଦଳାଇ ନାହାନ୍ତି? ମନ୍ତ୍ରୀଙ୍କ ପରାମର୍ଶ କ’ଣ ବେଦର ଗାର?’’

ଆଜି ସକାଳେ ପ୍ରତାପ ଦେବ କହିଥିଲେ ଯେ ବିଜେଡି ବିଧାୟକ ହୋଇ ସୌମ୍ୟରଞ୍ଜନ ନିରନ୍ତର ବିଜେଡିକୁ ସମାଲୋଚନା କରୁଛନ୍ତି।ନିଜ ଦଳ ଓ ସରକାରଙ୍କୁ ସୌମ୍ୟରଞ୍ଜନ ସମାଲୋଚନା କରୁଛନ୍ତି।ଯଦି ସମାଲୋଚନା କରିବାର ଅଛି ତେବେ ସେ ଦଳରୁ ବାହାରିଯାଇ କରନ୍ତୁ। ୫-ଟି ସଚିବଙ୍କୁ ବିଭିନ୍ନ ଜିଲ୍ଲଶ ଗସ୍ତକୁ ପଠାଉଥିବା ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପଷ୍ଟ କରିଛନ୍ତି।ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିବା ପରେ ପୁଣି ସମାଲୋଚନା କାହିଁକି ବୋଲି ପ୍ରତାପ ଦେବ ପ୍ରଶ୍ନ କରିଛନ୍ତି।ତେବେ ସମାଲୋଚନା କରିବା ସୌମ୍ୟ ବାବୁଙ୍କ ବ୍ଲାକମେଲିଂ ପ୍ରାକ୍ଟିସ।ସୌମ୍ୟ ବାବୁ ଦଳୀୟ ଅନୁଶାସନ ଭଙ୍ଗ କରୁଛନ୍ତି।ଦଳରୁ ବାହାରି ସେ ସମ୍ପାଦକୀୟ ଲେଖିବା ସହ ସମାଲୋଚନା କରନ୍ତୁ ବୋଲି ପ୍ରତାପ ଦେବ କହିଛନ୍ତି।

ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ପ୍ରତାପ ଦେବ ପରାମର୍ଶ ଦେଇଛନ୍ତି କିନ୍ତୁ ତାଙ୍କ କଥା କ’ଣ ବେଦର ଗାର କି ? ମୁଁ ତିନିଟି ଭୂମିକା(ଖବରକାଗଜ ପ୍ରକାଶକ, ସମ୍ପାଦକ ଓ ବିଜେଡି କର୍ମୀ)ରେ ଅଛି, ତେଣୁ ଦ୍ଵନ୍ଦ୍ବ ରହିବା ସ୍ୱାଭାବିକ | ଯେହେତୁ ବିଜେଡ଼ିକୁ ଭଲ ପାଏ, ଦଳର ଦୋଷ ଦୁର୍ବଳତା ସୁଧାରିବା ଦାୟିତ୍ୱ ମଧ୍ୟ ଅଛି | ସେହିପରି ସୌମ୍ୟ ଯୁକ୍ତି ବାଢ଼ିଛନ୍ତି- ମୁଁ କାହିଁକି ଦଳ ଛାଡ଼ିବି? ସେମାନଙ୍କର ନିଲମ୍ବନ ଅଧିକାର ଅଛି, ସେମାନେ ଯାହା କରିବେ।’

Leave A Reply

Your email address will not be published.