Odisha Link
Bridging the Missing Links in Odisha

ଜଙ୍ଗଲରେ ମାଓବାଦୀଙ୍କ ନାଚର ଆସର, ଭାଇରାଲ ହେଉଛି ଭିଡିଓ

ଓଏଲ୍‌ ବ୍ୟୁରୋ: ଜଙ୍ଗଲରେ ବାଜୁଛି ଗୀତ। ଆଉ ସେ ଗୀତର ତାଳେ ତାଳେ ନାଚଛନ୍ତି ମାଓବାଦୀ।ଏଭଳି କିଛି ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି। ମିଳିଥିବା ସୂଚନା ମୁତାବକ ଏଭଳି ଘଟଣା ଘଟିଛି ମାଲକାନଗିରି ସୀମାନ୍ତ ଛତିଶଗଡ଼ ବସ୍ତର ଜିଲ୍ଲାରେ।

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ କିଛି ମାଓବାଦୀ ଡ୍ରେସ୍‌ କୋର୍ଡରେ ରହିଛନ୍ତି। ଆଉ କିଛି ମାଓବାଦୀ ବିନା ଡ୍ରେସ କୋର୍ଡରେ ରହିଛନ୍ତି। ମାଓବାଦୀ ମାନେ ହାତରେ ବନ୍ଧୁକ ଧରି ନାଚିବାର ମଧ୍ୟ ଦେଖିବାକୁ ମିଳିଛି। ରସ୍ପରର ହାତ ଧରି କୌଣସି ଏକ ଗୀତରେ ନାଚୁଥିବାର ଦେଖିବାକୁ ମିଳୁଛି। ଏଥିରେ କିଛି ସାଧାରଣ ଲୋକେ ସାମିଲ ହୋଇଛନ୍ତି। କିଛି ପୁରୁଷ ଓ ମହିଳା ନକ୍ସଲ ନାଚୁଥିବା ବେଳେ ଅନ୍ୟ କିଛି ନକ୍ସଲମାନେ ବନ୍ଧୁକ ଧରି ପାଖରେ ଠିଆ ହୋଇଛନ୍ତି। ଆଉ କିଛି ନକ୍ସଲ ବାଜା ବଜାଉଛନ୍ତି।

Leave A Reply

Your email address will not be published.