Odisha Link
Bridging the Missing Links in Odisha

ବନ୍ଧା ହେଲେ ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଗିରଫ ହେଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ୍‌ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ।୨୫୦ କୋଟି ଦୁର୍ନୀତି ମାମଲାରେ ଗିରଫ କଲା ସିଆଇଡି। ଆନ୍ଧ୍ରପ୍ରଦେଶ ଦକ୍ଷତା ବିକାଶ ନିଗମରେ ଦୁର୍ନୀତି ଅଭିଯୋଗରେ ଆଜି ଭୋରରୁ ତାଙ୍କୁ ଗିରଫ କରାଯାଇଛି। ପ୍ରଥମେ ତାଙ୍କୁ ଏୟାରଲିଫ୍ଟ କରି ନନ୍ଧାଲ ହସ୍ପିଟାଲକୁ ନିଆଯାଇଛି। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ, ଶନିବାର ଭୋର ପ୍ରାୟ ୩ଟାରେ ଏପି ସିଆଇଡି ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଲାଗି ପହଞ୍ଚିଥିଲା। ତେବେ ଦଳର କାର୍ଯ୍ୟକର୍ତ୍ତା ଓ ନେତା ସେମାନଙ୍କୁ ପ୍ରବଳ ବିରୋଧ କରିଥିଲେ। ନେତା ଓ ଆନ୍ଧ୍ର ପୁଲିସ୍‌ ମଧ୍ୟରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଯୁକ୍ତିତର୍କ ହେବା ପରେ ସକାଳ ପ୍ରାୟ ୬ଟା ସମୟରେ ନାଇଡ଼ୁ ଭ୍ୟାନରୁ ବାହାରି ସିଆଇଡି ଗାଡ଼ିରେ ଯାଇଥିଲେ। ସିଆରପିସି ୫୧ ଅନୁସାରେ ନାଇଡୁଙ୍କୁ ନୋଟିସ ଜାରି କରାଯାଇଥିଲା।

କୌଶଳ ବିକାଶ ଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଭାବେ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରାଯାଇଛି। ଯେଉଁଥିରେ ଚନ୍ଦ୍ରବାବୁ ୨୫୦ କୋଟିର ଦୁର୍ନୀତି କରିଥିବା ଅଭିଯୋଗ ରହିଛି।

Leave A Reply

Your email address will not be published.