Odisha Link
Bridging the Missing Links in Odisha

ଆଉ ପାଦେ ଆଗକୁ ବଢ଼ିଲା ଇସ୍ରୋ, ୪ର୍ଥ କକ୍ଷପଥ ପରିବର୍ତ୍ତନ କଲା ‘ଆଦିତ୍ୟ ଏଲ-୧’

ଓଏଲ୍ ବ୍ୟୁରୋ: ମିଶନ ଆଦିତ୍ୟ ଏଲ୍-୧କୁ ନେଇ ଇସ୍ରୋକୁ ଆଉ ଏକ ସଫଳତା ମିଳିଛି। ସଫଳ ଚନ୍ଦ୍ରଯାତ୍ରା ପରେ ସୂର୍ଯ୍ୟ ଅଭିଯାନ ଆରମ୍ଭ କରିଛି ଭାରତ। ତେବେ ବିଳମ୍ବିତ ରାତିରେ ‘ଆଦିତ୍ୟ ଏଲ-୧’ ୪ର୍ଥ କକ୍ଷପଥ ପରିବର୍ତ୍ତନ କରିଛି। ବିଳମ୍ବିତ ରାତିରେ ପ୍ରକ୍ରିୟା ସଫଳ ହୋଇଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ମରିସସ୍, ବେଙ୍ଗଳୁରୁ ଓ ପୋର୍ଟବ୍ଲେୟାରରୁ ପ୍ରକ୍ରିୟାକୁ ଇସ୍ରୋ ନିରୀକ୍ଷଣ କରିଛି।

ସୂଚନା ଅନୁସାରେ, ଇସ୍ରୋର ସବୁଠାରୁ ଭରସା ଯୋଗ୍ୟ ରକେଟ୍ ପିଏସଏଲଭି-ସି-୫୭ କୁ ପୃଥିବୀର ନିମ୍ନ କକ୍ଷପଥରେ ଉତକ୍ଷେପଣ କରିଥିଲା। ଆଦିତ୍ୟ-ଏଲ-୧ ଦ୍ୱାରା ଏକ ବିରଳ ଚିତ୍ର ସାମ୍ନାକୁ ଆସିଛି। ପୃଥିବୀ ଓ ଚନ୍ଦ୍ରର ବିରଳ ଚିତ୍ରର ଆଦିତ୍ୟ-ଏଲ-୧ ସେଲ୍ଫି ଉଠାଇଥିଲା। ଆଦିତ୍ୟ-ଏଲ-୧ ମିଶନ ୨ୟ ଆର୍ଥ ବାଉଣ୍ଡ ମ୍ୟାନୁଏଭର ସଫଳ ହୋଇଥିଲା। ତେବେ ମହାକାଶରେ ରହି ଆଦିତ୍ୟ ଏଲ୍-୧ ସୂର୍ଯ୍ୟ ଉପରେ ତଥ୍ୟ ଯୋଗାଇବ। ଏନେଇ ଟ୍ୱିଟ ଯୋଗେ ଇସ୍ରୋ ପକ୍ଷରୁ ସୂଚନା ଜାରି ହୋଇଛି।

Leave A Reply

Your email address will not be published.