Odisha Link
Bridging the Missing Links in Odisha

ପଶ୍ଚିମ ଓଡ଼ିଶାରେ ନୂଆଖାଇ ସଜବାଜ, କିଛି ଜିଲ୍ଲାରେ ୨ ଦିନ ଛୁଟି ଘୋଷଣା

ଓଏଲ୍ ବ୍ୟୁରୋ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ସଜେଇ ହୋଇଛି ବିଭିନ୍ନ ଜିଲ୍ଲା। ଚଳିତ ବର୍ଷ ସେପ୍ଟେମ୍ବର ୨୦ ତାରିଖରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପଡ଼ୁଛି। ନୂଆଖାଇ ପରଦିନ ପଶ୍ଚିମ ଓଡ଼ିଶାର ୨ ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି। ସମ୍ବଲପୁର, ବରଗଡ଼ ଜିଲ୍ଲାରେ ୨୧ ତାରିଖ ଛୁଟି ଘୋଷଣା କରାଯାଇଛି। ସୁନ୍ଦରଗଡ଼ ଉପଖଣ୍ଡରେ ମଧ୍ୟ ୨୧ ତାରିଖ ଛୁଟି ଘୋଷଣା ହୋଇଛି। ତେବେ ଛୁଟି ଘୋଷଣା କରିଛନ୍ତି ଉତ୍ତରାଞ୍ଚଳ ଆରଡିସି। ପୂର୍ବରୁ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ଝାରସୁଗୁଡ଼ା ଛୁଟି ଘୋଷଣା ହୋଇଛି।

ପରମ୍ପରା ଅନୁଯାୟୀ ଜନ୍ମାଷ୍ଟମୀ ପର ଦିନ ନୂଆଖାଇ ଲଗ୍ନ ବାହାରିଥାଏ। ପଶ୍ଚିମ ଓଡ଼ିଶାର ସର୍ବ ପୁରାତନ ବ୍ରହ୍ମପୁରା ମନ୍ଦିରରେ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ। ମନ୍ଦିର ଟ୍ରଷ୍ଟ ପକ୍ଷରୁ ଆୟୋଜିତ ବୈଠକରେ ପଣ୍ଡିତ ଓ ବିଦ୍ୱାନମାନେ ଯୋଗଦେଇ ଲଗ୍ନ ନିର୍ଦ୍ଧାରଣ କରିଥାନ୍ତି। ତେବେ ବଲାଙ୍ଗିର ଜିଲ୍ଲାରେ ଗଣପର୍ବ ନୂଆଖାଇ ପାଇଁ ନବାନ୍ନ ଲଗ୍ନ ନିର୍ଦ୍ଧାରିତ କରାଯାଇଛି। ସେପ୍ଟେମ୍ବର ୨୦ ତାରିଖ ପୂର୍ବାହ୍ନ ୧୦.୨୮ରୁ ୧୦.୪୧ ପର୍ଯ୍ୟନ୍ତ ଅମୃତ ବେଳା ନିର୍ଦ୍ଧାରିତ ହୋଇଛି।

Leave A Reply

Your email address will not be published.