Odisha Link
Bridging the Missing Links in Odisha

ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପ-ନିର୍ବାଚନ: ଆସନ୍ତା ୨୬ରେ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି

ଓଏଲ୍ ବ୍ୟୁରୋ: ଗଞ୍ଜାମ ଦିଗପହଣ୍ଡି ବ୍ଳକ ଅଧ୍ୟକ୍ଷ ଉପନିର୍ବାଚନ ହେବା ନେଇ ଖବର ସାମ୍ନାକୁ ଆସିଛି। ଅକ୍ଟୋବର ୪ରେ ନାମାଙ୍କନ, ଯାଞ୍ଚ, ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଦରକାର ପଡ଼ିଲେ ସେହି ୪ରେ ମତଦାନ ହୋଇ ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଉଛି। ଏନେଇ ଆସନ୍ତା ୨୬ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ।

ସୂଚନା ଅନୁସାରେ, ପୂର୍ବରୁ ଉପନିର୍ବାଚନ ସ୍ଥଗିତକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ। ବର୍ତ୍ତମାନ ଏନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଅକ୍ଟୋବର ୪ରେ ନାମାଙ୍କନ, ଯାଞ୍ଚ, ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ଦରକାର ପଡ଼ିଲେ ସେହି ୪ରେ ମତଦାନ ହୋଇ ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଉଛି।

Leave A Reply

Your email address will not be published.