Odisha Link
Bridging the Missing Links in Odisha

ବରଗଡ଼ରେ ବଡ଼ଧରଣର ଆଇଟି ରେଡ୍, ୩୦ଟି ସ୍ଥାନରେ ଚାଲିଛି ଚଢ଼ାଉ

ଓଏଲ୍‌ ବ୍ୟୁରୋ: ବରଗଡ଼ରେ ବଡ଼ଧରଣର ଆୟକର ଚଢ଼ାଉ ହୋଇଥିବା ଖବର ସାମ୍ନାକୁ ଆସିଛି। ବରଗଡ଼ ଜିଲ୍ଲାର ୨ଟି ଘରୋଇ ପ୍ଲାଣ୍ଟ ଉପରେ ଆଇଟି ରେଡ୍ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ୩୦ଟି ସ୍ଥାନରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପ୍ଲାଣ୍ଟ ଅଧିକାରୀଙ୍କ ଘର ଓ କାର୍ଯ୍ୟାଳୟରେ ଚଢ଼ାଉ ଚାଲିଛି। ଏହି ଚଢ଼ାଉରେ ଆୟକର ବିଭାଗର ବିଭିନ୍ନ କର୍ମଚାରୀ ଏବଂ ବିଭାଗୀୟ ଅଫିସର ସାମିଲ ଅଛନ୍ତି।

Leave A Reply

Your email address will not be published.