Odisha Link
Bridging the Missing Links in Odisha

ବିଧାନସଭା ମୌସୁମୀ ଅଧିବେଶନ: ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତ

ଓଏଲ୍‌ ବ୍ୟୁରୋ: ସେପ୍ଟେମ୍ବର ୨୨ରୁ ଅର୍ଥାତ ଆସନ୍ତାକାଲିଠୁ ବିଧାନସଭା ମୌସୁମୀ ଅଧିବେଶନ ଆରମ୍ଭ ହେବ। ୨୨ରୁ ଆରମ୍ଭ ହୋଇ ଅକ୍ଟୋବର ୪ ପର୍ଯ୍ୟନ୍ତ ଅଧିବେଶନ ଚାଲିବ। ୩ ତାରିଖରେ ଅତିରିକ୍ତ ବଜେଟ ଆଗତ ହେବା ନେଇ ସୂଚନା ରହିଛି। ବିଧାନସଭା ମୌସୁମୀ ଅଧିବେଶନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି।

ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ପୁଲିସ ଫୋର୍ସ। ୬ ଅତିରିକ୍ତ ଡିସିପି, ୧୯ ଏସିପି ସହ ସିସିଟିଭି ନଜରରେ ବିଧାନସଭା ରହିବ। ତେବେ ସୁରକ୍ଷା ବ୍ୟବସ୍ଥା ନେଇ ଡିଜିପି ସୁନୀଲ ବଂଶଲ ସୂଚନା ଦେଇଛନ୍ତି।

ଅନ୍ୟପଟେ, ଆସନ୍ତାକାଲି ୨୨ ତାରିଖରେ ବିଧାନସଭାରେ ବାଚସ୍ପତି ନିର୍ବାଚନ ହେବାକୁ ଥିବାବେଳେ ୨୧ରେ ନାମାଙ୍କନ ଦାଖଲ କରାଯିବ। ବିକ୍ରମ ଆରୁଖଙ୍କ ଇସ୍ତଫା ପରେ ବାଚସ୍ପତି ପଦ ଖାଲି ପଡ଼ିଛି। ୨୨ରୁ ବିଧାନସଭା ପାଇଁ ତତ ସଂଲଗ୍ନ ରାସ୍ତାରେ କମିଶନରେଟ ପୁଲିସ କଟକଣା ଜାରି କରିଛି।

Leave A Reply

Your email address will not be published.