Odisha Link
Bridging the Missing Links in Odisha

ପରଲୋକରେ କୃଷି ବିଜ୍ଞାନର ଜନକ ଏମ୍ଏସ୍ ସ୍ୱାମୀନାଥନ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଦେଶର ଜଣାଶୁଣା କୃଷି ବୈଜ୍ଞାନିକ ଏମଏସ୍ ସ୍ୱାମୀନାଥନଙ୍କର ଦେହାନ୍ତ ହୋଇଛି। ୯୮ ବର୍ଷ ବୟସରେ ସ୍ବାମୀନାଥନଙ୍କ ପରଲୋକ ହୋଇଛି। ଚେନ୍ନାଇ ଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୃଷି ବିଜ୍ଞାନର ଜନକ ଏମ୍ଏସ୍ ସ୍ୱାମୀନାଥନ ଦେହାନ୍ତ ଖବର ଶୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି।

https://x.com/Naveen_Odisha/status/1707306022941995423?s=20

ପ୍ରଫେସର ସ୍ୱାମୀ ନାଥନ୍ ଜଣେ ପ୍ରସିଦ୍ଧ କୃଷି ବିଜ୍ଞାନୀ ଥିଲେ। ଦେଶରେ ସବୁଜ କ୍ରାନ୍ତିର ଜନକ ଥିଲେ ଏହି ବୈଜ୍ଞାନିକ। ଯିଏ କି ଦେଶରେ ଚାଉଳ ଓ ଗହମର ନୂଆ ନୂଆ ବିହନ ପ୍ରସ୍ତୁତ କରି ଦେଶର ଚାଷୀମାନଙ୍କ ଉତ୍ପାଦନ ବୃଦ୍ଧି କରାଇଥିଲେ।

ଦେଶକୁ କିଭଳିଭାବେ ମରୁଡିରୁ ରକ୍ଷା କରାଯାଇପାରିବ ଓ ଖାଦ୍ୟ ଉତ୍ପାଦନ ବୃଦ୍ଧି କରାଯାଇପାରିବ ସେନେଇ ସେ ଆମେରିକାର କୃଷି ବୈଜ୍ଞାନିକ ନାର୍ମନ ବୋରଲୋଗଙ୍କ ସହ ୧୦ ବର୍ଷ ଧରି କାମ କରିଥିଲେ। ଗହମ ଓ ଧାନକୁ ଅଧିକ ଉତ୍ପାଦନକ୍ଷମ କରିବା ଦିଗରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Leave A Reply

Your email address will not be published.