Odisha Link
Bridging the Missing Links in Odisha

ହୃଦୟ ପାଇଁ ଦିନଟିଏ: ବିଶ୍ଵ ହୃଦୟ ଦିବସରେ ସଚେତନତାର ବାର୍ତ୍ତା ଦେଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ପ୍ରତିବର୍ଷ ସେପ୍ଟେମ୍ବର ୨୯ ତାରିଖରେ ‘ବିଶ୍ୱ ହୃଦୟ ଦିବସ’ ପାଳନ କରାଯାଏ। ସାଧାରଣ ଲୋକଙ୍କୁ ହୃତପିଣ୍ଡ ସ୍ୱାସ୍ଥ୍ୟ ବାବଦରେ ସଚେତନ କରାଇବା ଲାଗି ଏହି ଦିବସ ପାଳନ ହେଉଛି। ମଣିଷ ଶରୀରର ହାର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ। ଏହା ପୂରା ଶରୀରକୁ ଶକ୍ତି ଯୋଗାଏ। ହାର୍ଟ ସୁସ୍ଥ ରହିଲେ ବ୍ୟକ୍ତି ସୁସ୍ଥ ରହିଥାଏ। ତେଣୁ ଏହାର ଯତ୍ନ ନେବା ମଧ୍ୟ ଆବଶ୍ୟକ। ତେବେ ଏହି ଅବସରରେ ସଚେତନ ରହିବାକୁ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି।

https://x.com/Naveen_Odisha/status/1707594853490585784?s=20

ସେପ୍ଟେମ୍ବର ମାସର ଶେଷ ରବିବାରରେ ବିଶ୍ଵ ହୃଦୟ ଦିବସ ପାଳନ କରିବାକୁ ଚିନ୍ତା କରାଯାଇଥିଲା, କିନ୍ତୁ ୨୦୧୪ ମସିହାଠାରୁ ଏହାକୁ ସେପ୍ଟେମ୍ବର ମାସ ୨୯ ତାରିଖରେ ପାଳନ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେବେଠାରୁ ପ୍ରତିବର୍ଷ ଆଜିର ଦିନରେ ପାଳନ କରାଯାଉଛି ବିଶ୍ଵ ହୃଦୟ ଦିବସ। ତେବେ ଉଚିତ ଖାଦ୍ୟ, ପାନୀୟ ଗ୍ରହଣ କଲେ, ବ୍ୟାୟାମ କଲେ, ଧୂମପାନ ବର୍ଜନ କଲେହାର୍ଟ ସୁସ୍ଥ ରହିଥାଏ। ନହେଲେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟା ଭିତରୁ ହୃଦଘାତ ଗୋଟିଏ। ଏହା ଅତି ମାରାତ୍ମକ। ପୁଷ୍ଟିକର ଖାଦ୍ୟର ଅଭାବ, ପ୍ରଦୂଷିତ ପରିବେଶ, ଜୀବନଶୈଳୀ ଏହାର ମୁଖ୍ୟ କାରଣ।

ସମୟ ପରିବର୍ତ୍ତନ ହେବା ସହ ଲୋକଙ୍କ ଖାଦ୍ୟପେୟ ଏବଂ ଜୀବନଶୈଳୀ ଉପରେ ବେଶ୍ ପ୍ରଭାବ ପଡ଼ିଛି। ଖାଦ୍ୟପେୟ ଅନିୟମିତତା ହେଉବା କୌଣସି ଶରୀରିକ ପରିଶ୍ରମର ଅଭାବ, ବର୍ତ୍ତମାନ ହୃଦରୋଗ ଏକ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି। ସଚେତନତା ଅଭାବରୁ ଅନେକ ଲୋକ ହୃଦଘାତର ଶିକାର ହେବା ସହ ପ୍ରାଣ ମଧ୍ୟ ହରାଉଛନ୍ତି। ଏପରିକି ଆଜିକାଲି ଯୁବପିଢ଼ିଙ୍କଠାରେ ଏହି ସମସ୍ୟା ଦେଖାଦେଇଛି।

ଓ୍ଵାର୍ଲ୍ଡ ହାଟ ଫେଡେରେସନ ଅନୁଯାୟୀ ପ୍ରତିବର୍ଷ ପ୍ରାୟ ୧୮ ନିୟୁତ ଲୋକ ହୃଦରୋଗ କାରଣରୁ ପ୍ରାଣ ହରାଉଛନ୍ତି। ଉଚ୍ଚ ରକ୍ତଚାପ, ମଧୁମେହ, ମେଦବହୁଳତା ଆଦି ମଧ୍ୟ ବିଭିନ୍ନ ହୃଦରୋଗକୁ ଭୟଙ୍କର ଭାବେ ପ୍ରଭାବିତ କରିଥାଏ। ତେଣୁ ସମସ୍ତଙ୍କୁ ଏସବୁ ସମ୍ପର୍କରେ ସଚେତନ କରାଇବା ‘ବିଶ୍ୱ ହୃଦୟ ଦିବସ’ର ଲକ୍ଷ୍ୟ।

ହୃଦୟ ଦିବସ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ହୃଦରୋଗ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଛି। ଏହାର କାରଣ, ଲକ୍ଷଣ ଏବଂ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଉଛି। ହୃଦରୋଗ ସମ୍ପର୍କରେ ସଚେତନ ରହିବା ସହ ସୁସ୍ଥ ଏବଂ ସୁନ୍ଦର ଜୀବନ ବଞ୍ଚିବାକୁ ଏହି ଦିବସରେ ଲୋକଙ୍କୁ ପରାମର୍ଶ ଦିଆଯାଉଛି।

Leave A Reply

Your email address will not be published.