Odisha Link
Bridging the Missing Links in Odisha

ବାଲେଶ୍ୱରରେ ପ୍ରବଳ ବର୍ଷା! ବିପଦ ସଙ୍କେତ ଟପିଲା ଜଳକା ନଦୀ

ଓଏଲ୍‌ ବ୍ୟୁରୋ: ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଥିଲା। ପ୍ରବଳ ବର୍ଷା ଯୋଗୁଁ ଜଳକା ନଦୀ ବିପଦ ସଙ୍କେତ ଟପିଛି। ବାଲେଶ୍ୱର ମଥାନି ଠାରେ ବିପଦ ସଙ୍କେତ ଟପିଲା ଜଳକା ନଦୀ। ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏବେ ପ୍ରବାହିତ ୬.୩୨ ମିଟର ଜଳ ପ୍ରବାହିତ ହେଉଛି।

ଅନ୍ୟପଟେ, ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଡ୍ୟାମ୍‌ର ଜଳସ୍ତର ସର୍ବୋଚ୍ଚ ସ୍ତରରେ ପହଂଚିଥିଲା। ତେବେ ବର୍ତ୍ତମାନ ହୀରାକୁଦର ଆଉ ୪ଟି ଗେଟ୍ ଖୋଲିଲା। ମୋଟ ୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ହୋଇଛି।