Odisha Link
Bridging the Missing Links in Odisha

ସିକ୍କିମରେ ଭୟଙ୍କର ବନ୍ୟା: ଶତାଧିକ ନିଖୋଜ, ଜଣେ ଓଡ଼ିଆ ଯବାନଙ୍କ ମିଳୁନି ପତ୍ତା

ଓଏଲ୍ ବ୍ୟୁରୋ: ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ସାମ୍ନାକୁ ଆସିଛି। ବନ୍ୟାରେ ଭାସି ୨୨ ଯବାନ ନିଖୋଜ ଥିବା ଜଣା ପଡିଛି। ଏହା ସହ ଜଣେ ଓଡ଼ିଆ ଯବାନ ହାବିଲଦାର ସରୋଜ କୁମାର ଦାସ ମଧ୍ୟ ନିଖୋଜ ହୋଇଛନ୍ତି। ଲାଚେନ ଉପତ୍ୟକାର ତୀସ୍ତା ନଦୀରେ ବନ୍ୟା ସ୍ଥିତି ହୋଇଛି। ବନ୍ୟା ଯୋଗୁଁ ସେନା କ୍ୟାମ୍ପ ପ୍ରଭାବିତ ହୋଇଥିବାବେଳେ ଯାନବାହନ ଭାସିଯାଇଛି। ନିଖୋଜ ଯବାନଙ୍କୁ ଖୋଜିବାକୁ ସର୍ଚ୍ଚ ଅପରେସନ ଜାରି କରାଯାଇଛି।

ବାଦଲ ଫଟା ବର୍ଷା ଯୋଗୁଁ ତୀସ୍ତା ନଦୀରେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି। ସିକ୍କିମରେ ଭୟଙ୍କର ବନ୍ୟାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଚୁଙ୍ଗଥାଙ୍ଗ ଡ୍ୟାମ ସହ ୧୪ଟି ସେତୁ ଭୁଶୁଡ଼ିଛି। ଧୋଇଯାଇଛି ଅନେକ ରାସ୍ତାଘାଟ। ବିଭିନ୍ନ ସ୍ଥାନରେ ଫସିଛନ୍ତି ୩ ହଜାରରୁ ଅଧିକ ପର୍ଯ୍ୟଟକ। ପ୍ରଳୟଙ୍କରୀ ବନ୍ୟାରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଶତାଧିକ ନିଖୋଜ ଓ ୨୬ ଜଣ ଆହତ ହୋଇଥିବା ସୂଚନା ରହିଛି।

Leave A Reply

Your email address will not be published.