Odisha Link
Bridging the Missing Links in Odisha

ଭାରତ-ପାକିସ୍ତାନ ମହାମୁକାବିଲା: ପ୍ରଥମେ ବୋଲିଂ କରିବ ଭାରତ, ବିଶ୍ବକପ୍‌ ଡେବ୍ୟୁ କଲେ ଗିଲ୍‌

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ର ୧୨ ତମ ମୁକାବିଲାରେ ମୁହାଁମୁହିଁ ହୋଇଛନ୍ତି ଭାରତ-ପାକିସ୍ତାନ। ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଛନ୍ତି ଭାରତୀୟ ଅଧିନାୟକ ରୋହିତ ଶର୍ମା। ଯାହାଫଳରେ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇବ ପାକିସ୍ତାନ। ଗୋଟିଏ ପରିବର୍ତ୍ତନ ସହିତ ଭାରତ ମଇଦାନକୁ ଓହ୍ଲାଇଥିବା ବେଳେ ପାକିସ୍ତାନ ଟିମ୍‌ ସେହି ପୁରୁଣା ଟିମ୍‌ ସହ ପଡ଼ିଆକୁ ଓହ୍ଲାଇବ। ପ୍ରଥମ ଦୁଇଟି ମ୍ୟାଚ୍‌ ଖେଳି ନଥିବା ଶୁବମନ ଗିଲ୍‌ ତାଙ୍କର ବିଶ୍ବକପ୍‌ ଡେବ୍ୟୁ କରିଛନ୍ତି।

ଭାରତ ଏକାଦଶ: ଶୁବମନ ଗିଲ୍‌, ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍‌ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଦେଜା, ଶାର୍ଦ୍ଦୁଲ ଠାକୁର, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଯଶପ୍ରୀତ ବୁମରା

ପାକିସ୍ତାନ ଏକାଦଶ: ଅବଦୁଲ୍ଲା ସାଫିକ, ଇମାମ ଉଲ ହକ, ବାବର ଆଜମ, ମହମ୍ମଦ ରିଜୱାନ, ସାଉଦ ସକିଲ, ଈଫତିକାର ଅହମଦ, ସଦାବ ଖାନ, ମହମ୍ମଦ ନୱାଜ, ହାସନ ଅଲ୍ଲୀ, ସାହିନ ସାହ ଆଫ୍ରିଦି, ହାରିସ ରୌଫ

Leave A Reply

Your email address will not be published.