Odisha Link
Bridging the Missing Links in Odisha

ଜାତୀୟ ଚଳଚ୍ଚିତ୍ର ସମ୍ମାନ-୨୦୨୩: ପ୍ରତୀକ୍ଷା ହାତେଇଲା ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ଓଏଲ୍‌ ବ୍ୟୁରୋ: ଦିଲ୍ଲୀ ବିଜ୍ଞାନ ଭବନରେ ଆଜି ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚଳଚ୍ଚିତ୍ର ପୁଷ୍ପା’ ପାଇଁ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ପାଇଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର। ସେହିପରି ଫିଲ୍ମ ‘ମିମି’ ପାଇଁ କ୍ରୀତି ସାନନ ଓ ଫିଲ୍ମ `ଗଙ୍ଗୁବାଇ କାଥିଆଓ୍ୱାଡା’ ପାଇଁ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କାର ପ୍ରଦାନ କରିଛନ୍ତି ରାଷ୍ଟ୍ରପତି।

ସେହିପରି ବଲିଉଡ ଜଗତର ଭେଟେରାନ ଅଭିନେତ୍ରୀ ଓ୍ୱହିଦା ରେହମାନଙ୍କୁ ଦାଦା ସାହେବ ଫାଲକେ ପୁରସ୍କାର ପ୍ରଦାନ କରାଯାଇଛି। ଜାତୀୟ ଚଳଚ୍ଚିତ୍ର ସମ୍ମାନ ହାତେଇଛି ଓଡିଆ ଚଳଚ୍ଚିତ୍ର ପ୍ରତୀକ୍ଷା। ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଛି ଏହି ସିନମୋ। ଦିଲ୍ଲୀରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ସମ୍ମାନ ଗ୍ରହଣ କରିଛନ୍ତି ପ୍ରଯୋଜକ, ନିର୍ଦ୍ଦେଶକ ଅନୁପମ୍ ପଟ୍ଟନାୟକ।

ପ୍ରତୀକ୍ଷା ଫିଲ୍ମରେ ମୁଖ୍ୟ ଭୂମିକାରେ ଦ୍ୱିପାନ୍ୱିତ ଓ ବର୍ଷାଙ୍କ ଆକର୍ଷଣୀୟ ଅଭିନୟ ଦେଖଣାହାରୀଙ୍କ ମନକୁ ଛୁଇଁଯାଇଥିଲା। ଗୌରହରୀ ଦାସଙ୍କ ଗଳ୍ପ ‘ବାପା’ର କାହାଣୀକୁ ନେଇ ଚଳଚ୍ଚିତ୍ର ପ୍ରତୀକ୍ଷାର କାହାଣୀ ଗତିଶୀଳ ହୋଇଛି। ଫିଲ୍ମଟିର ସଂଳାପ ଲେଖିଛନ୍ତି ରୋସନ ବିଶୋୟୀ।ଏହା ପୂର୍ବରୁ ଅନେକ ଫିଲ୍ମ ଫେଷ୍ଟିବାଲରେ ଏହି ଫିଲ୍ମଟି ପ୍ରଦର୍ଶିତ ହୋଇ ବେଶ ପ୍ରଂଶସା ସାଉଁଟି ପାରିଛି।

ଅନ୍ୟମାନଙ୍କ ମଧ୍ୟରେ ଫିଲ୍ମ ‘ମିମି’ ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସହଅଭିନେତା ଓ ଦ କଶ୍ମୀର ଫାଇଲ୍‌ ପାଇଁ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ସହଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ଦିଆଯାଇଛି। ସେହିପରି ଭିକ୍କି କୌଶଲଙ୍କ ଅଭିନୀତି `ସର୍ଦ୍ଦାର ଉଦ୍ଧମ’କୁ ଶ୍ରେଷ୍ଠ ସିନେମା ପୁରସ୍କାର ମିଳିଛି। ଆରଆରଆରକୁ ସବୁ ଠାରୁ ଲୋକପ୍ରିୟ ସିନେମା ଭାବେ ଜାତୀୟ ଫିଲ୍ମ ପୁରସ୍କାର ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଜାତୀୟ ସଂହତି ପାଇଁ ବେଷ୍ଟ ଫିଚର୍‌ ଫିଲ୍ମ ଭାବେ ‘ଦି କଶ୍ମୀର ଫାଇଲ୍ସ’କୁ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଆର୍‌ ମାଧବନଙ୍କୁ ତାଙ୍କ ନିର୍ଦ୍ଦେଶନାରେ ତିଆରି ଫିଲ୍ମ ‘ରକେଟ୍ରି: ଦ ଦାମ୍ବି ଇଫେକ୍ଟ’ ପାଇଁ ଜାତୀୟ ଫିଲ୍ମ ପୁରସ୍କାର ଦିଆଯାଇଛି। ଅନ୍ୟପଟେ ଶ୍ରେୟା ଘୋଷାଲ ଶ୍ରେଷ୍ଠ ଗାୟିକା ଓ ଆରଆରଆର ପାଇଁ କାଲା ବୈରଭଙ୍କୁ ଶ୍ରେଷ୍ଠ ଗାୟକ ସମ୍ମାନ ହାତେଇଛନ୍ତି।

Leave A Reply

Your email address will not be published.