Odisha Link
Bridging the Missing Links in Odisha

ଆଗକୁ ନିର୍ବାଚନ, ଦଶହରା ପୂର୍ବରୁ ବଦଳିଲେ ୧୬୦ଜଣ ଅତିରିକ୍ତ ତହସିଲଦାର

ଓଏଲ୍‌ ବ୍ୟୁରୋ: ଆଗକୁ ୨୦୨୪ ସାଧାରଣ ନିର୍ବାଚନ। ଏଥିପାଇଁ ସରକାର ଆରମ୍ଭ କରିସାରିଲେଣି ପ୍ରସ୍ତୁତି। ଆଉ ଦଶହରା ଛୁଟି ପୂର୍ବରୁ ରାଜ୍ୟ ସରକାର ୧୬୦ ଜଣ ଅତିରିକ୍ତ ତହସିଲଦାରଙ୍କ ବଦଳି କରିଛନ୍ତି। ଜାତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ବଡ଼ଧରଣର ବଦଳି କରିଛନ୍ତି ରାଜ୍ୟ ସକାର।

ନିର୍ବାଚନ କମିଶନଙ୍କ ଦ୍ୱାରା ଜାରି ବଦଳି ଓ ନିଯୁକ୍ତି ନୀତି ଆଧାରରେ ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଓଡ଼ିଶା ରାଜସ୍ୱ ସେବାର ୧୬୦ଜଣ ଅଫିସରଙ୍କ ବଦଳି ହୋଇଛି।ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ବିଭିନ୍ନ ତହସିଲରେ ଅତିରିକ୍ତ ତହସିଲଦାର ଭାବେ କାର୍ଯ୍ୟରତ ୧୬୦ଜଣ ଓଆରଏସ୍ ଅଫିସରଙ୍କୁ ବିଭିନ୍ନ ସ୍ଥାନରେ ଆସିଷ୍ଟାଣ୍ଟ କଲେକ୍ଟର, ଅତିରିକ୍ତ ତହସିଲଦାର ଓ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ବଦଳି କରାଯାଇଛି।

ନୂଆ ସ୍ଥାନରେ ଅକ୍ଟୋବର ୨୫ତାରିଖ ସୁଦ୍ଧା ଯୋଗ ଦେବାକୁ ଏହି ଅଫିସରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯାହାଫଳରେ ସେମାନେ ଅକ୍ଟୋବର ୨୭ତାରିଖରୁ ଆରମ୍ଭ ହେଉଥିବା ଫଟୋ ଇଲେକ୍ଟ୍ରୋରାଲ ରୋଲ୍ ସ୍ୱତନ୍ତ୍ର ସଂଶୋଧନ କାର୍ଯ୍ୟରେ ନିୟୋଜିତ ହୋଇପାରିବେ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.