Odisha Link
Bridging the Missing Links in Odisha

ଆଶୁତୋଷ ଶର୍ମା କିଏ? ମାତ୍ର ୧୧ ବଲରେ ଭାଙ୍ଗିଲେ ଯୁବରାଜ ସିଂଙ୍କ ରେକର୍ଡ

ଓଏଲ୍‌ ବ୍ୟୁରୋ: ଭାଙ୍ଗିଲା ୧୬ ବର୍ଷର ଟି-୨୦ କ୍ରିକେଟ ରେକର୍ଡ। ଚାଲିଥିବା ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ରନ୍‌ ବର୍ଷା କରି ଯୁବରାଜ ସିଂହଙ୍କ ରେକର୍ଡ ଭାଙ୍ଗିଲେ ଆଶୁତୋଷ ଶର୍ମା। ରେଲଓ୍ବ ପକ୍ଷରୁ ଖେଳୁଥିବା ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ଦମଦାର ବ୍ୟାଟିଂ କରି ଇତିହାସ ରଚିଛନ୍ତି। ଏଥିସହିତ ଦ୍ରୁତ ଅର୍ଦ୍ଧଶତକ ସ୍କୋର କରିବା ମାମଲାରେ ସେ ଯୁବରାଜଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି।

ଆଶୁତୋଷ ଅରୁଣାଚଳ ପ୍ରଦେଶ ବିପକ୍ଷ ମ୍ୟାଚରେ ମାତ୍ର ୧୧ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ। ସେ ଦିଗଜ ଅଲରାଉଣ୍ଡର ଯୁବରାଜ ସିଂହଙ୍କ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗିଛନ୍ତି। ଯୁବରାଜ ୨୦୦୭ ମସିହାରେ ଇଂଲଣ୍ଡ ବିପକ୍ଷରେ ମାତ୍ର ୧୨ଟି ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ।

୨୫ ବର୍ଷିୟ ଆଶୁତୋଷ ତ୍ୟାଙ୍କ କ୍ୟାରିୟର ୧୦ମ ଟି-୨୦ ମୁକାବିଲା ଖେଳିଥିଲେ।ସେ ୨୦୧୮ ମସିହାରେ ମଧ୍ୟପ୍ରଦେଶ ଟିମ୍‌ ପକ୍ଷରୁ ଟି-୨୦ ଡେବ୍ୟୁ କରିଥିଲେ। ଶେଷଥର ପାଇଁ ସେ ୨୦୧୯ ମସିହାରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିଥିଲେ। ୨୦୧୯ ମସିହାରେ ସେ ମଧ୍ୟପ୍ରଦେଶ ପକ୍ଷରୁ ଗୋଟିଏ ୫୦ ଓଭର ମ୍ୟାଚ୍‌ ଖେଳିଥିଲେ। ଏପର୍ଯ୍ୟନ୍ତ ଆଶୁତୋଷ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିନାହାନ୍ତି ।

ଆଶୁତୋଷଙ୍କ ଦମଦାର ଇନିଂସ ବଳରେ ରେଲଓ୍ବେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୪୫ ରନ୍‌ ସ୍କୋର କରିିଥିଲେ। ଆଶୁତୋଷ ୧୨ଟି ବଲରେ ୫୩ ରନ୍‌ ସ୍କୋର କରିଥିଲେ। ସେ ଗୋଟିଏ ଚୌକା ଓ ୮ଟି ଛକା ବଳରେ ବଡ଼ ସ୍କୋର କରିପାରିଥିଲେ। ରେଲଓ୍ବେ ଟିମ୍‌ ଅରୁଣାଚଳ ପ୍ରଦେଶ ଟିମ୍‌ ଆଗରେ ୨୪୬ ରନର ବିଶାଳ ଟାର୍ଗେଟ ରଖିଥିଲେ। ହେଲେ ଅରୁଣାଚଳ ପ୍ରଦେଶ ଟିମ୍‌ ୧୧୯ ରନରେ ଅଲଆଉଟ୍‌ ହୋଇ ଯାଇଥିଲା। ଯାହାଫଳରେ ରେଲଓ୍ବେ ଟିମ୍‌ ୧୨୭ ରନ୍‌ରେ ବିଜୟ ହାସଲ କରିଥିଲା।

Leave A Reply

Your email address will not be published.