Odisha Link
Bridging the Missing Links in Odisha

ଦିଲ୍ଲୀରେ ମୋଦି-ଭର୍ତ୍ତୃହରି ବୈଠକ, ଓଡ଼ିଶା ରାଜନୀତିରେ ଚର୍ଚ୍ଚା

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ଓଡ଼ିଶା ରାଜନୈତିକ ପାଣିପାଗ ସେତେ ବଦଳିବାରେ ଲାଗିଛି। ନଭେମ୍ବରରେ ହେବାକୁ ଥିବା ୫ ରାଜ୍ୟର ବିଧାନସଭା ଉପରେ ଏବେ ସମସ୍ତଙ୍କ ନଜର ଥିବା ବେଳେ ଜାତୀୟ ରାଜନୀତିଠୁ ଆରମ୍ଭ କରି ଓଡ଼ିଶା ରାଜନୀତିରେ ଏବେ ମୋଦି-ଭର୍ତ୍ତୃହରିଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା।

ସୋମବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଥିଲେ ବିଜୁ ଜନତା ଦଳର ସାଂସଦ ଭର୍ତ୍ତୃହରି ମହତାବ। ପ୍ରାୟ ୩୦ ମିନିଟ୍ ଧରି ପ୍ରଧାନମନ୍ତ୍ରୀଙ୍କ ସହ ସେ ଆଲୋଚନା କରିଥିବା ଜଣାପଡିଛି। ଯଦିଓ କୌଣସି ରାଜନୈତିକ ଚର୍ଚ୍ଚା ହୋଇନାହିଁ ବରଂ ଏକ ଅନ୍ତର୍ଜାତୀୟ ସମିଟରେ ଯୋଗଦେବା ନେଇ ସେ ପ୍ରଧାନମନ୍ତ୍ରୀଙ୍କ ସହ କଥାବାର୍ତ୍ତା ହୋଇଥିବା କହିଛନ୍ତି ଭର୍ତ୍ତୃହରି ମହତାବ। ଅନ୍ୟପଟେ ତାଙ୍କର ଏହି ସାକ୍ଷାତ୍ ଓଡ଼ିଶା ରାଜନୀତିରେ ଚର୍ଚ୍ଚାର ପ୍ରମୁଖ ପ୍ରସଙ୍ଗ ପାଲଟିଛି।

ବିଶ୍ବସ୍ଥ ସୂତ୍ରୁ ମିଳିଥିବା ସୂଚନା ଅନୁଯାୟୀ, ଗୋଟିଏ ରାଷ୍ଟ୍ର ଗୋଟିଏ ନିର୍ବାଚନ ଉପରେ ସେମାନଙ୍କ ମଧ୍ୟରେ ଆଲୋଚନା ହୋଇଛି। ପୂର୍ବରୁ ବିଜୁ ଜନତା ଦଳ ମଧ୍ୟ ଏହାକୁ ସମର୍ଥନ ଜଣାଇ ସାରିଛି। ଏସବୁ ବାଦ ଭର୍ତ୍ତୃହରି ବିଜେପି ଆଡକୁ ଢଳୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି। କାରଣ କେନ୍ଦ୍ରୀୟ ବିଜେପିର ସେ ଖୁବ ନିକଟତର ବୋଲି ଜଣାଶୁଣା। ନିକଟରେ ପ୍ରଜାତନ୍ତ୍ରର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା।

Leave A Reply

Your email address will not be published.