Odisha Link
Bridging the Missing Links in Odisha

ରାଜ୍ୟରେ ଲଘୁଚାପ ଆଶଙ୍କା, ପାର୍ବଣରେ ପଡ଼ିପାରେ ପ୍ରଭାବ!

ଓଏଲ୍‌ ବ୍ୟୁରୋ: ପାଖେଇ ଆସିଲା ପାର୍ବଣର ଋତୁ ଏହାକୁ ନେଇ ଚଳଚଞ୍ଚଳ ହୋଇ ଉଠିଲାଣି ସମସ୍ତ ପୂଜା ମଣ୍ଡପ। ଅକ୍ଟୋବର ଓ ନଭେମ୍ବରରେ ବିଭିନ୍ନ ପୂଜା ଯଥା ଦୁର୍ଗାପୂଜା, କାଳୀପୂଜା, ଲକ୍ଷ୍ମୀପୂଜା ଇତ୍ୟାଦି ଅନୁଷ୍ଠିତ ହେବାକୁ ଯାଉଛି। ତେବେ ଏଥର ପାର୍ବଣ ଋତୁରେ ପୁଣି ବର୍ଷା ହେବାର ଆଶଙ୍କା କରାଯାଉଛି। ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ପ୍ରଭାବରେ ୩ଦିନ ରାଜ୍ୟରେ ବର୍ଷା ଆକଳନ କରାଯାଇଛି।

ପାଣିପାଗ ବିଭାଗ ସୂଚନା ଅନୁସାରେ, ଆସନ୍ତା ୧୮ ବେଳକୁ ବାଲେଶ୍ବର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ୧୯ରେ ଉତ୍ତର ଓଡ଼ିଶା ସମେତ ଉପକୂଳର କିଛି ଅଞ୍ଚଳରେ ବର୍ଷା ହେବ। ୧୮ରୁ ୨୦ ତାରିଖ ଯାଏଁ ବର୍ଷା ପୂର୍ବାନୁମାନ କରାଯାଇଛି। ଘୂର୍ଣ୍ଣଝଡ ସହ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆଶଙ୍କା ରହିଛି। ୧୮ ତାରିଖରେ ୧୧ଜିଲ୍ଲାରେ ବର୍ଷା ଆକଳନ କରାଯାଇଛି।

Leave A Reply

Your email address will not be published.