ବିମାନସେବାରେ ଯୋଡ଼ି ହେବ ନୂଆ ଅଧ୍ୟାୟ, ଭୁବନେଶ୍ୱରରୁ ଗୌହାଟୀକୁ ସିଧାସଳଖ ଉଡ଼ିବ ବିମାନ

ଓଏଲ୍ ବ୍ୟୁରୋ: ବିମାନସେବାରେ ଆଉ ଏକ ନୂଆ ଅଧ୍ୟାୟ। ଓଡ଼ିଶା ସହ ଯୋଡିହେବ ଉତ୍ତର-ପୂର୍ବ ରାଜ୍ୟ। ଅକ୍ଟୋବର ୨୯ରୁ ଭୁବନେଶ୍ୱରରୁ ଗୌହାଟୀ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ସପ୍ତାହକୁ ୭ ଦିନ ବିମାନ ସେବା ଇଣ୍ଡିଗୋ ଯୋଗାଇବ। ଦେଢ ଘଣ୍ଟାରେ ଯାତ୍ରୀ ମାନେ ଭୁବନେଶ୍ୱରରୁ ଗୌହାଟୀ ପହଞ୍ଚିବେ। ଆଗକୁ ଜମ୍ମୁ, ଚଣ୍ଡିଗଡ ଏବଂ ସୁରଟକୁ ସିଧାସଳଖ ବିମାନ ଉଡିପାରେ ବୋଲି କୁହାଯାଉଛି।
ଅନ୍ୟପଟେ, ଝାରସୁଗୁଡ଼ାରୁ କୋଲକାତା ଓ ବାଙ୍ଗାଲୋରକୁ ଉଡ଼ିବ ବିମାନ। ନଭେମ୍ବର ୫ରୁ କୋଲକାତା, ୧୫ରୁ ବେଙ୍ଗଳୁରୁକୁ ବିମାନ ଉଡ଼ିବ ବୋଲି ସୂଚନା ରହିଛି। ପ୍ରତିଦିନ ଏହି ଦୁଇ ସ୍ଥାନକୁ ବିମାନ ଚଳାଚଳ କରିବ। ଏନେଇ ଝାରସୁଗୁଡ଼ା ବିମାନ କର୍ତ୍ତୃପକ୍ଷ ଏକ୍ସରେ ସୂଚନା ଦେଇଛନ୍ତି। ତେବେ ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ଏହି ବିମାନ ସେବା ଆରମ୍ଭ ହେବାକୁ ଥିବାବେଳେ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହେବ। ଇଣ୍ଡିଗୋ ୱେବସାଇଟରେ ଟିକେଟ ବୁକିଂ ଆରମ୍ଭ ହୋଇଥିବା ସୂଚନା ରହିଛି।