Odisha Link
Bridging the Missing Links in Odisha

ଛାଡ଼ପତ୍ର ମାମଲା: ହାଇକୋର୍ଟ ଗଲେ ଅନୁଭବ, ବର୍ଷାଙ୍କୁ କଲେ ପକ୍ଷଭୁକ୍ତ

ଓଏଲ୍‌ ବ୍ୟୁରୋ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି। ଏସବୁ ମଧ୍ୟରେ ଆଉଥରେ ହାଇକୋର୍ଟ ଗଲେ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି।

ନିକଟରେ ଅନୁଭବ ମହାନ୍ତିଙ୍କ ଛାଡ଼ପତ୍ର ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଥିବା ବେଳେ ଏହି ରାୟ ବିରୋଧରେ ଅନୁଭବ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେପ୍ଟେମ୍ବର ୨୨ରେ ପରିବାର ଅଦାଲତ ତାଙ୍କ ଛାଡ଼ପତ୍ର ଆବେଦନକୁ ଖାରଜ କରି ଯେଉଁ ରାୟ ଦେଇଛନ୍ତି ତାହା ଆଇନ୍‌ ଅନୁସାରେ ଗ୍ରହଣୀୟ ବୋଲି ଅନୁଭବ ମାମଲାରେ ଦର୍ଶାଇଛନ୍ତି। ସବୁଠୁ ବଡ଼କଥା ହେଲା ଏହି ମାମଲାରେ ଅନୁଭବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବି ପକ୍ଷଭୁକ୍ତ କରିଛନ୍ତି।

ନିକଟରେ ଫ୍ୟାମିଲି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ପରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ଛାଡ଼ି ଛାଡ଼ପତ୍ର ସ୍ୱୀକାର କରିବାକୁ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁରୋଧ କରିଥିଲେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଗତ ୧୦ ତାରିଖରେ ଏକ ନୂଆ ଭିଡିଓ ଛାଡ଼ି ଅନୁଭବ କହିଥିଲେ, ଏବେ ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ରହିଛି। ତେଣୁ ଏଭଳି ସମୟରେ ଅତିକମରେ ଜଣେ ଭଲ ବନ୍ଧୁ ହିସାବରେ ବର୍ଷା ତାଙ୍କ ଛାଡ଼ପତ୍ର ସ୍ୱୀକାର କରିନିଅନ୍ତୁ ଓ ମିଛ ଡ୍ରାମା ବନ୍ଦ କରନ୍ତୁ।

ସୂଚନାଥାଉକି, ୨୦୧୪ ମସିହା ଫେବ୍ରୁଆରି ୮ ତାରିଖରେ ଅଗ୍ନିକୁ ସାକ୍ଷୀରଖି ଅନୁୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ବିବାହ କରିଥିଲେ। କିଛି ବର୍ଷ ପରେ ଉଭୟଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଥିଲା। ଯାହାଫଳରେ ୨୦୨୦ ମସିହାରେ ଅନୁଭବ ଦିଲ୍ଲୀର ପଟିଆଲା ହାଉସ୍‌ ଅଦାଲତରେ ଛାଡ଼ପତ୍ର ପାଇଁ ପିଟିସନ୍‌ ଦାଖଲ କରିଥିଲେ। ତାପରଠୁ ଷ୍ଟାର ଯୋଡ଼ିଙ୍କ ମାମଲା କୋର୍ଟରେ ବିଚାରଧିନ ରହିଛି।

Leave A Reply

Your email address will not be published.