Odisha Link
Bridging the Missing Links in Odisha

ଗଜପତିରେ ଗଡ଼ିବ ଲକ୍ଷ୍ମୀ ବସ୍, ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଆଜି ଗଜପତିରେ ଲକ୍ଷ୍ମୀ ବସ ସେବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ। ରାଜ୍ୟର ବିକାଶରେ ସହଯୋଗ କରିବ ଲକ୍ଷ୍ମୀ। ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଲୋକଙ୍କ ନିକଟରେ ଧନଲକ୍ଷ୍ମୀ ପହଞ୍ଚାଇବ ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ଯୋଜନା। ଭର୍ଚୁଆଲ ମାଧ୍ୟମରେ ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କାର୍ଯ୍ୟକ୍ରମରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନୀ ସାହୁ ଯୋଗଦେବେ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ମୋଟ ୩୬ ଗୋଟି ବସ ଯୋଗାଇଛନ୍ତି ସରକାର। ଜିଲ୍ଲାର ସାତୋଟି ବ୍ଲକର ଉପାନ୍ତ ପଞ୍ଚାୟତ ଗୁଡ଼ିକରୁ ବ୍ଲକ ସଦର ମହକୁମାକୁ ଗଢ଼ିବ ଏହି ଲକ୍ଷ୍ମୀ ବସ। ଗ୍ରାମାଞ୍ଚଳର ଜନସାଧାରଣ ଯାତାୟାତର ସୁବିଧା, ବାଣିଜ୍ୟ ବ୍ୟବସାୟ ବୃଦ୍ଧି ପାଇଁ ଗମନାଗମନ ବ୍ୟବସ୍ତା କରାଯାଇଛି। ଜିଲ୍ଲାର ବିଭିନ୍ନ କୋଣରୁ ୧୫ ହଜାରରୁ ଉର୍ଦ୍ଧ୍ବ ଜନସାଧାରଣ ଏଥିରେ ଯୋଗ ଦେବେ। ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ।

ଏହି ଯୋଜନାରେ ବସ ସେବା ଆରମ୍ଭ ହେଲେ ସ୍କୁଲ ଛାତ୍ରଛାତ୍ରୀ, ମିଶନ ଶକ୍ତିର ସଦସ୍ୟ, କୃଷକ ଓ ବ୍ୟବସାୟୀଙ୍କ ସମେତ ସମାଜର ସବୁ ବର୍ଗର ଲୋକ ଉପକୃତ ହେବେ। ଏହା ଦ୍ୱାରା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ସୁରକ୍ଷିତ ଭାବେ ଡାକ୍ତରଖାନାକୁ ଆସିବା ଉପରେ ଗୁରୁତ୍ୱାରୋପ କରାଯାଇଛି।

Leave A Reply

Your email address will not be published.