କୋରାପୁଟରେ ଡବଲ୍ ମର୍ଡର, ରହସ୍ୟ ଘେରରେ ହତ୍ୟାକାଣ୍ଡର କାରଣ

ଓଏଲ୍ ବ୍ୟୁରୋ: କୋରାପୁଟରେ ଡବଲ୍ ମର୍ଡର ହୋଇଥିବା ଖବର ସାମ୍ନାକୁ ଆସିଛି। କୁନ୍ଦୁଲି ହାଟପଦାରେ ଏହି ଡବଲ୍ ମର୍ଡର ହୋଇଛି। ୨ ଯୁବକଙ୍କ ଗଣ୍ଡଗୋଳରେ ଜଣଙ୍କ ମୃତ୍ୟୁକୁ ନେଇ ଡବଲ ମର୍ଡର ହୋଇଥିବା ଚର୍ଚ୍ଚା ହେଉଛି।
ହାଟପଦା ଗାଁ ଯୁବକଙ୍କ ଆକ୍ରମଣରେ ଟେମା ଗାଁର ଯୁବକଙ୍କ ମୃତ୍ୟୁ ହୋଇଛି। ଟେମା ଗାଁ ଯୁବକଙ୍କ ମୃତ୍ୟୁ ପରେ ଉତ୍ତେଜନା ଦେଖାଦେଇଥିଲା। କିଛି ଯୁବକ ଆକ୍ରମଣ କରିଥିବା ଯୁବକଙ୍କୁ ପିଟି ମାରିଥିବା ଅଭିଯୋଗ ହୋଇଛି। ତେବେ ହତ୍ୟାକାଣ୍ଡର କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାସ୍ଥଳରେ ପଟାଙ୍ଗୀ ଥାନା ପୁଲିସ ପହଂଚି ତଦନ୍ତ କରିଛି।