Odisha Link
Bridging the Missing Links in Odisha

ଉପବାସରେ ମହାପ୍ରଭୁ ଲିଙ୍ଗରାଜ, ନୀତିକାନ୍ତିରେ ବିଭ୍ରାଟ

ଓଏଲ୍‌ ବ୍ୟୁରୋ: ଲିଙ୍ଗରାଜ ମହାପ୍ରଭୁଙ୍କ ନୀତିକାନ୍ତିରେ ବିଭ୍ରାଟ ହୋଇଛି। ମଙ୍ଗଳଆଳତି ପରେ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି। ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ମଧ୍ୟରେ ବିବାଦ ଯୋଗୁଁ ମହାଦେବଙ୍କ ନୀତି ହୋଇନାହିଁ। ତେବେ ବାହ୍ୟ ପ୍ରଭାବରେ ପ୍ରଭାବିତ ହୋଇ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳ ଲାଗିରହିଥିବା ଜଣାପଡିଛି।

ଠାକୁରଙ୍କ ସେବା ପାଇଁ ବଡୁ ନିଯୋଗଙ୍କୁ ଯେଉଁ ସମ୍ପତ୍ତି ଦିଆଯାଇଥିଲା ସେଠାରେ ସେମାନେ ନିର୍ମାଣ କାର୍ଯ୍ୟ କରୁଥିବାରୁ ଏହାକୁ ବିରୋଧ କରି ଅନ୍ୟ ସେବାୟତ ଗୋଷ୍ଠୀ ଠାକୁରଙ୍କ ନୀତି ବନ୍ଦ କରିଥିବା ଜାଣିବାକୁ ମିଳିଛି। ଯାହା ଦ୍ୱାରା ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖା ଦେଇଛି।

Leave A Reply

Your email address will not be published.