Odisha Link
Bridging the Missing Links in Odisha

ଆଜିଠୁ ନୀଳଗିରି ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ, ସ୍ବତନ୍ତ୍ର ଟିମ୍ କରିବ ଗଣନା

ଓଏଲ୍‌ ବ୍ୟୁରୋ: ଆଜିଠୁ ନୀଳଗିରି କୁଳଡିଆ ଅଭୟାରଣ୍ୟରେ ବାଘ ଗଣନା ଆରମ୍ଭ ହୋଇଛି। ଆଜିଠାରୁ ଆରମ୍ଭ ହୋଇ କୁଳଡିଆ ଅଭୟାରଣ୍ୟରେ ୬ଦିନ ଧରି ବାଘ ଗଣନା ଚାଲିବ। ୧୪ଟି ବିଟ୍‌ରେ ସ୍ବତନ୍ତ୍ର ଟିମ୍ ଗଠନ କରି ଗଣନା କାର୍ଯ୍ୟ ହେବ।

ସୂଚନା ଅନୁସାରେ, ଗତ କିଛି ମାସ ପୂର୍ବରୁ ଏନଟିସିଏ ବାଘ ଗଣନା କରିଥିଲା। ବାଘ ସଂଖ୍ୟା କମ୍‌ ଥିବା ଏନଟିସିଏ ରିପୋର୍ଟ ଦେଇଥିଲା। ଏନଟିସିଏ ତଥ୍ୟ ଭୁଲ୍ ଥିବା କହି ପୁଣି ଗଣନା କରାଯିବ ବୋଲି ସୂଚନା ରହିଥିଲା। ବାଘ ଚଲାପଥ ଓ ପଦ ଚିହ୍ନ ସର୍ଭେ କରାଯିବ। ଜାନୁଆରୀ ୩୧ ସୁଦ୍ଧା ବାଘର ସଠିକ ସଂଖ୍ୟା କେନ୍ଦ୍ର ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ।

Leave A Reply

Your email address will not be published.