Odisha Link
Bridging the Missing Links in Odisha

ଅବପାତରେ ପରିଣତ ହେବ ବାତ୍ୟା ‘ହାମୁନ୍‌’, କିଛି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା

ଓଏଲ୍‌ ବ୍ୟୁରୋ: ବଙ୍ଗୋପସାଗରରେ ‘ହାମୁନ’ ଓ ଆରବ ସାଗରରେ ‘ତେଜ’ ସକ୍ରିୟ ରହିଛି। ବଙ୍ଗୋପସାଗରରେ ଭୀଷଣ ରୂପ ନେଲା ବାତ୍ୟା ‘ହାମୁନ୍‌’। ଏହା ଆହୁରି ଘନୀଭୂତ ହୋଇ ଭୀଷଣ ସାମୁଦ୍ରିକ ଝଡ଼ରେ ପରିଣତ ହୋଇଛି। ୬ ଘଣ୍ଟା ହେଲା ୧୮ କିମି ବେଗରେ ଆଗକୁ ଗତି କରୁଛି। ସାମୁଦ୍ରିକ ଘୂର୍ଣ୍ଣିଝଡ଼ ହାମୁନ୍ ବର୍ତ୍ତମାନ ପାରାଦୀପଠୁ ୨୧୦ କିମି ଦୂରରେ ରହିଛି। ୨୫ ସନ୍ଧ୍ୟାରେ ଏହା ବାଂଲାଦେଶ ଉପକୂଳ ଅତିକ୍ରମ କରିବ।

ଅତି ଭୀଷଣ ବାତ୍ୟା ହାମୁନ୍ ଦୁର୍ବଳ ହୋଇ ବାତ୍ୟା ଭାବେ ଉପକୂଳ ଅତିକ୍ରମ କରିଛି। ରାତି ଗୋଟାଏ ୩୦ରୁ ୨ଟା ୩୦ ମଧ୍ୟରେ ଦକ୍ଷିଣ ଚିଟାଗଙ୍ଗ ନିକଟରେ ଉପକୂଳ ଅତିକ୍ରମ କରିଛି ବାତ୍ୟା ହାମୁନ୍। ଏହି ସମୟରେ ପବନର ଘଂଟାପ୍ରତି ବେଗ ୭୫ରୁ ୮୫ କିଲୋମିଟର ରହିଥିଲା। କିଛି ଘଂଟା ମଧ୍ୟରେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବ। ଏହାର ୬ ଘଂଟାରେ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆଜି ମିଜୋରାମରେ ପ୍ରବଳ ବର୍ଷା ହୋଇପାରେ।

ଓଡ଼ିଶାକୁ ବାତ୍ୟା ବିପଦ ନଥିବା ନେଇ ଆଇଏମଡି ସୂଚନା ଦେଇଛି। ବାତ୍ୟା ହାମୁନ୍‌ ପ୍ରଭାବରେ ୨୬ ଯାଏ ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ଉପକୂଳ ସମେତ ସୁନ୍ଦରଗଡ଼, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଆସନ୍ତାକାଲି ମିଜୋରାମ୍ ଓ ତ୍ରିପୁରାର କିଛି ଅଞ୍ଚଳରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.