Odisha Link
Bridging the Missing Links in Odisha

ଗାଜା-ଇସ୍ରାଏଲ୍ ସଂଘର୍ଷ: ପଣବନ୍ଦୀ ଥିବା ନାଗରିକଙ୍କୁ ଉଦ୍ଧାର ପାଇଁ ଇସ୍ରାଏଲର ଅଭିନବ ପ୍ରୟାସ

ଓଏଲ୍‌ ବ୍ୟୁରୋ: ଇସ୍ରାଏଲ ଓ ପାଲେଷ୍ଟାଇନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲି ସେନା ଓ ହମାସ୍ ଆତଙ୍କବାଦୀ ସଙ୍ଗଠନ ମଧ୍ୟରେ ଭୀଷଣ ସଂଘର୍ଷ ଯୋଗୁଁ ଇସ୍ରାଏଲର ଅନେକ ଅଞ୍ଚଳ ଭାରୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। ହମାସ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଜାରି ରହିଛି। ଗାଜା ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ଇସ୍ରାଏଲ ସେନା ନିଜ ଦଖଲକୁ ନେଇଛି। ଆତଙ୍କୀ ଠିକଣା ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି କରିଛି।

ଅନ୍ୟପଟେ, ଗାଜାରେ ପଣବନ୍ଦୀ ଥିବା ଇସ୍ରାଏଲ୍ ନାଗରିକଙ୍କୁ ଉଦ୍ଧାର ପାଇଁ ଅଭିନବ ପ୍ରୟାସ ଜାରି କରିଛି। ଆକାଶମାର୍ଗରୁ ପ୍ରଚାରପତ୍ର ପକାଇ ଇସ୍ରାଏଲ୍ ସୂଚନା ମାଗିଛି। ପଣବନ୍ଦୀଙ୍କ ସମ୍ପର୍କରେ ସୂଚନା ପୁରସ୍କାର ଓ ସୁରକ୍ଷା ଦେବା ପାଇଁ ଘୋଷଣା କରାଯାଇଛି। ଏହି ପ୍ରଚାରପତ୍ରରେ କୁହାଯାଇଛି ଯେ, ଇସ୍ରାଏଲ୍ ସେନା ଆପଣଙ୍କୁ ତଥା ଆପଣଙ୍କୁ ସୁରକ୍ଷା ଯୋଗାଇବାରେ ସର୍ବାଧିକ ପ୍ରୟାସ କରିବ। ଏମିତି କି ସୂଚନା ଦେଉଥିବା ବ୍ୟକ୍ତିଙ୍କୁ ଆର୍ଥିକ ପୁରସ୍କାର ପାଇବେ।

ସୂଚନା ଅନୁସାରେ, ଗାଜା ସହର ଉପରେ ଇସ୍ରାଏଲ ଏୟାରଷ୍ଟ୍ରାଇକ ଜାରି କରିଛି। ସଦ୍ୟ ଆକ୍ରମଣରେ ଅନେକ ହରାଇଥିବାବେଳେ ଅନେକ ଗୁରୁତର ହୋଇଛନ୍ତି। ଇସ୍ରାଏଲର ଆକ୍ରମଣରେ ଅନେକ ଜଣଙ୍କ ମୃତ୍ୟୁ ହୋଇଛି। ଏହା ସହ ଯୁଦ୍ଧକୁ ନେଇ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ଚେତାବନୀ ଦେଇ କହିଛନ୍ତି, ହମାସକୁ ସଂପୂର୍ଣ୍ଣ ଭାବେ ଧ୍ୱଂସ କରିଦେବୁ। ଖାଦ୍ୟ ଓ ଇନ୍ଧନ ଯୋଗାଣ ଇସ୍ରାଏଲ ବନ୍ଦ କରିବାରୁ ଗାଜାରେ ଜଟିଳ ସ୍ଥିତି ସୃଷ୍ଟି ହୋଇଛି। ଜଳ, ସ୍ଥଳ ଓ ଆକାଶ ମାର୍ଗରେ ଇସ୍ରାଏଲ ସେନା ସଜାଗ ରହିଛି।

Leave A Reply

Your email address will not be published.