Odisha Link
Bridging the Missing Links in Odisha

ବ୍ରହ୍ମପୁର ଭସାଣିରେ ବାଜିବନି ଡିଜେ, ପାରମ୍ପାରିକ ବାଦ୍ୟରେ ମାଆଙ୍କୁ ଦିଆଯିବ ମେଲାଣି

ଓଏଲ୍‌ ବ୍ୟୁରୋ: ଅତି ଆଡ଼ମ୍ବରର ସହ ଶେଷ ହୋଇଛି ଦୁର୍ଗା ପୂଜା। ପୀଠ ଠାରୁ ପୂଜା ମଣ୍ଡପ ଯାଏଁ ସମସ୍ତ ନୀତି ଶେଷ ହୋଇଛି। ଆଉ କିଛି ସମୟ ପରେ ଧରାପୃଷ୍ଠରୁ ମେଲାଣି ନେବେ ମା’ ଜଗତଜନନୀ। ଏଥିପାଇଁ ବନ୍ଦୋବସ୍ତ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି। ବ୍ରହ୍ମପୁର ଭସାଣରେ କୌଣସି ପୂଜା ମଣ୍ଡପ ବଜାଇପାରିବେନି ଡିଜେ। ପାରମ୍ପାରିକ ବାଦ୍ୟରେ ମାଆଙ୍କୁ ମେଲାଣି ଦିଆଯିବ। ଏନେଇ ପୂଜା କମିଟିକୁ ବ୍ରହ୍ମପୁର ପୁଲିସ ନିର୍ଦ୍ଦେଶ ଦେଇଛି।

ଭସାଣରେ ଡିଜେ ବଜାଇଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଭସାଣି ପାଇଁ ୪ଟି ଅସ୍ଥାୟୀ ପୋଖରୀ ବ୍ୟବସ୍ଥା ହୋଇଛି। ଶୃଙ୍ଖଳା ଦୃଷ୍ଟିରୁ ମଣ୍ଡପରୁ ଭସାଣ ଯାଏ ବ୍ୟାପକ ପୁଲିସ ରହିବେ। ଏନେଇ ସୂଚନା ବ୍ରହ୍ମପୁର ଏସଡିପିଓ ରାଜୀବ ଲୋଚନ ପଣ୍ଡା ଦେଇଛନ୍ତି।

Leave A Reply

Your email address will not be published.