Odisha Link
Bridging the Missing Links in Odisha

ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ମୃତ, ଅଭିଯୁକ୍ତ ଛାତ୍ର ଗିରଫ

ଓଏଲ୍‌ ବ୍ୟୁରୋ: ଝାରସୁଗୁଡାରେ ଛାତ୍ର ମାଡ଼ରେ ଗୁରୁତର ହୋଇ ଅଧ୍ୟାପକଙ୍କ ୯ ମାସ ପରେ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି। କଟାପାଲି ପିକେଏସଏସ୍‌ କଲେଜ ଅଧ୍ୟାପକ ଅମିତ ବାରିକଙ୍କ ମୃତ୍ୟୁ ହୋଇଛି। ଅଧ୍ୟାପକ ଅମିତ ବାରିକ ୯ ମାସ ଧରି ବୁର୍ଲାରେ ଚିକିତ୍ସାଧୀନ ଥିଲେ।

ଫେବୃଆରୀ ୨୨ରେ ଛାତ୍ରଙ୍କ ମାଡ଼ରେ ଅଧ୍ୟାପକ ଗୁରୁତର ହୋଇଥିଲେ। ବିଳମ୍ବରେ କ୍ଲାସ ଆସିଥିବା ଜଣେ ଛାତ୍ରଙ୍କ ସହ ତାଙ୍କର ବଚସା ହୋଇଥିଲା। ଛାତ୍ର ଜଣଙ୍କ ଉତ୍‌କ୍ଷିପ୍ତ ହୋଇ ଅଧ୍ୟାପକଙ୍କୁ ଆକ୍ରମଣ କରିଥିଲେ। ଘଟଣା ପରେ ଅଭିଯୁକ୍ତ ଛାତ୍ରକୁ ପୁଲିସ ଗିରଫ କରିଥିଲା।

Leave A Reply

Your email address will not be published.