Odisha Link
Bridging the Missing Links in Odisha

ଦୁଇ ଭାରତୀୟଙ୍କୁ ମିଳିଲା ଆମେରିକାର ସର୍ବୋଚ୍ଚ ବିଜ୍ଞାନ ସମ୍ମାନ

ଓଏଲ୍‌ ବ୍ୟୁରୋ: ଇତିହାସ ରଚିଲେ ଦୁଇ ଭାରତୀୟ। ଦୁଇ ଭାରତୀୟ ବୈଜ୍ଞାନିକ ଅଶୋକ ଗାଡ଼ଗିଲ ଓ ଶୁଭ୍ର ସୁରେଶଙ୍କୁ ଯୁକ୍ତରାଷ୍ଟ୍ର ଆମେରିକାର ଶ୍ରେଷ୍ଠ ବିଜ୍ଞାନ ସମ୍ମାନ (ନ୍ୟାସନାଲ ମେଡାଲ ଅଫ୍‌ ଟେକ୍‌ନୋଲଜି ଆଣ୍ଡ ଇନୋଭେସନ୍‌) ମିଳିଛି। ମଙ୍ଗଳବାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଏକ ବିଶେଷ‌ ଉତ୍ସବରେ ସେମାନଙ୍କୁ ଏହି ମେଡାଲ ପ୍ରଦାନ କରିଛନ୍ତି। ମୁମ୍ବଇରେ ଜନ୍ମିତ ଗାଡ଼ଗିଲ ସମ୍ପ୍ରତି ୟୁନିଭର୍ସିଟି ଅଫ କାଲିଫର୍ଣ୍ଣିଆରେ ପ୍ରାଧ୍ୟାପକ ଓ ଲରେନ୍ସ ବର୍କଲି ନ୍ୟାସନାଲ ଲବରେଟୋରୀରେ ବରିଷ୍ଠ ବୈଜ୍ଞାନିକ ଭାବେ କାର୍ଯ୍ୟରତ ରହିଛନ୍ତି।

ହ୍ବାଇଟ୍‌ ହାଉସ୍‌ରେ ଅନୁଷ୍ଠିତ ସ୍ବତନ୍ତ୍ର ଉତ୍ସବରେ ଭାରତୀୟ-ଆମେରିକୀୟ ଡ. ଅଶୋକ ଗାଡ଼ଗିଲ ଏବଂ ଏସ୍‌. ସୁରେଶଙ୍କୁ ରାଷ୍ଟ୍ରୀୟ ବିଜ୍ଞାନ ପଦକରେ ସମ୍ମାନିତ କରାଯାଇଛି। ଜୀବନ ରକ୍ଷକ ଚିକିତ୍ସା ଉପଚାରକୁ ଅଧିକ ପାରଦର୍ଶୀ କରବା, ମହାମାରୀ ମୁକାବିଲା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ, ଖାଦ୍ୟ ସୁରକ୍ଷାରେ ସୁଧାର ଆଦି ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ବିଜ୍ଞାନ, ପ୍ରଯୁକ୍ତି କ୍ଷେତ୍ରରେ ଅନୁକରଣୀୟ ଉପଲବ୍ଧି ହାସଲ କରିଥିବାରୁ ଏହି ଦୁଇ ବୈଜ୍ଞାନିକଙ୍କୁ ଦେଶର ସର୍ବୋଚ ବୈଜ୍ଞାନିକ ସମ୍ମାନ ପ୍ରଦାନ କରାଯାଇଛି ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.