Odisha Link
Bridging the Missing Links in Odisha

ମାସ ଆରମ୍ଭରୁ ମହଙ୍ଗା ମାଡ଼, ବୃଦ୍ଧି ପାଇଲା କର୍ମସିଆଲ ଗ୍ୟାସ ଦର

ଓଏଲ୍‌ ବ୍ୟୁରୋ: ଆଜିଠୁ ଆରମ୍ଭ ହୋଇଛି ନଭେମ୍ବର ମାସ। ଆଉ ମାସ ଆରମ୍ଭରୁ ମହଙ୍ଗା ମାଡ଼ ଚିନ୍ତାର ବିଷୟ ପାଲଟିଛି। ଦେଶର ପେଟ୍ରୋଲିୟମ କମ୍ପାନୀ ମାସ ଆରମ୍ଭରୁ ଏଲ୍‌ପିଜି ସିଲିଣ୍ଡରର ନୂଆ ଦର ଲାଗୁ କରିଛନ୍ତି। ଫଳରେ ଆଜିଠୁ ଏଲ୍‌ପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଛି। କେବଳ କମର୍ସିଆଲ୍‌ ସିଲିଣ୍ଡର ବୃଦ୍ଧି ପାଇଛି।

ଗତ ୨ମାସରେ ୨ଥର ବଢ଼ିଲାଣି କର୍ମସିଆଲ ଗ୍ୟାସ ଦର। ସରକାରୀ ତୈଳ କମ୍ପାନୀପକ୍ଷରୁ ଜାରି ଦର ଅନୁସାରେ, ୧୯ କେଜି କମର୍ସିଆଲ ଗ୍ୟାସ୍ ସିଲିଣ୍ଡର ଦର ୧୦୧.୫ ଟଙ୍କା ବୃଦ୍ଧି ପାଇଛି। ଦିଲ୍ଲୀରେ ଏବେ ୧୯ କେଜି ସିଲିଣ୍ଡର ୧,୮୩୩ ଟଙ୍କା ରହିଛି।