Odisha Link
Bridging the Missing Links in Odisha

ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା ପାଇଁ ତତ୍ପରତା: ସମସ୍ତ କଲେଜ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲେ ଉଚ୍ଚ ଶିକ୍ଷା ବିଭାଗ

ଓଏଲ୍‌ ବ୍ୟୁରୋ: ଟ୍ରାନ୍ସଜେଣ୍ଡରଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଜାତୀୟ ମାନବାଧିକାର କମିଶନଙ୍କ ଆଦେଶନାମା ପାଳନ କରିବାକୁ ରାଜ୍ୟର ସବୁ ବିଶ୍ଵବିଦ୍ୟାଳୟ କୁଳ ସଚିବ ଓ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ନିର୍ଦ୍ଦେଶ ଦେଲା ଉଚ୍ଚ ଶିକ୍ଷା ବିଭାଗ। କ୍ୟାମ୍ପସରେ ଯେପରି ଟ୍ରାନ୍ସଜେଣ୍ଡର ଶିକ୍ଷାର୍ଥୀ ସମାଲୋଚନା ବା ହିଂସାକାଣ୍ଡର ଶିକାର ନ ହୁଅନ୍ତି ସେଥିପ୍ରତି କର୍ତୃପକ୍ଷ ସଜାଗ ରହିବାକୁ କୁହାଯାଇଛି। ସେହିପରି ଯୌନ ଶୋଷଣ, ଭେଦଭାବର ଶିକାର ଯେପରି ନ ହୁଅନ୍ତୁ ସେଥିଲାଗି ମନିଟରିଂ କମିଟି ଗଠନ କରିବାକୁ କୁହାଯାଇଛି। ତେବେ ଏନେଇ ସବୁ ବିଶ୍ଵବିଦ୍ୟାଳୟ କୁଳ ସଚିବ ଓ ଡିଗ୍ରୀ କଲେଜ୍ ଅଧ୍ୟକ୍ଷଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଲିଖିତ ନିର୍ଦ୍ଦେଶନାମା ଜାରି କରିଛି।

Leave A Reply

Your email address will not be published.