ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ବିଶ୍ବକପ୍ରୁ ବାଦ୍ ପଡ଼ିଲେ ହାର୍ଦ୍ଦିକ

ଓଏଲ୍ ବ୍ୟୁରୋ: ୨୦୨୩ ଦିନିକିଆ ବିଶ୍ବକପ୍ର ସେମି ଫାଇନାଲରେ ନିଜ ସ୍ଥାନ ପକ୍କା କରି ସାରିଥିବା ଭାରତକୁ ବଡ଼ ଝଟକା। ଦଳର ଷ୍ଟାର ଖେଳାଳି ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ବିଶ୍ବକପ୍ରୁ ବାଦ ପଡ଼ିଲେ। ଆହତରୁ ସେ ଏପର୍ଯ୍ୟନ୍ତ ସୁସ୍ଥ ହୋଇ ନାହାନ୍ତି ଯାହାଫଳରେ ତାଙ୍କୁ ବିଶ୍ବକପ୍ରୁ ବାଦ ଦିଆଯାଇଛି। ଆଉ ତାଙ୍କ ସ୍ଥାନରେ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି। ଏନେଇ ଆଇସିସି ପକ୍ଷରୁ ସୂଚନା ଦିଆଯାଇଛି।
ଅକ୍ଟୋବର ୧୯ ତାରିଖ ବାଂଲାଦେଶ ବିପକ୍ଷ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ। ଯାହାଫଳରେ ସେ ନ୍ୟୁଜିଲାଣ୍ଡ, ଇଂଲଣ୍ଡ, ଶ୍ରୀଲଙ୍କା ବିପକ୍ଷ ମୁକାବିଲା ଖେଳି ପାରିନଥିଲେ। ତେବେ ନଭେମ୍ବର ୫ ତାରିଖରେ ଖେଳାଯିବାକୁ ଥିବା ଦକ୍ଷିଣ ଆଫ୍ରିକା ମୁକାବିଲା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ବଡ଼ ଝଟକା। କାରଣ ଆହତ କାରଣରୁ ବିଶ୍ବକପ୍ରୁ ବାଦ ପଡ଼ିଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା। ତାଙ୍କ ବଦଳ ଖେଳାଳି ଭାବେ ପ୍ରସିଦ୍ଧ କୃଷ୍ଣାଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଛି।