Odisha Link
Bridging the Missing Links in Odisha

ବିଶ୍ବକପ୍‌ ୨୦୨୩: ସେମି ଟିକେଟ୍‌ ପାଇଁ ନ୍ୟୁଜିଲାଣ୍ଡ-ପାକିସ୍ତାନ ମଧ୍ୟରେ ଟକ୍କର

ଓଏଲ୍‌ ବ୍ୟୁରୋ: ରୋମାଞ୍ଚକର ସ୍ଥିତିରେ ଆସି ପହଁଞ୍ଚିଛି ଦିନିକିଆ କ୍ରିକେଟ ବିଶ୍ବକପ୍‌ ୨୦୨୩। ଭାରତ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ଆଉ ୩ଟି ଦଳ ସେମି ଏଣ୍ଟ୍ରି କରିବେ। ତେବେ ଆଜି ପୂର୍ବାହ୍ନରେ ବେଙ୍ଗାଲୁରୁରେ ହେବାକୁ ଥିବା ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି। କାରଣ ଉଭୟ ଟିମ୍‌ଙ୍କ ପାଇଁ ଆଜିର ମ୍ୟାଚ୍‌ ଗୁରୁତ୍ବପୂର୍ଣ୍ଣ। ସେମି ଫାଇନାଲରେ ପ୍ରବେଶ କରିବାକୁ ହେଲେ ଉଭୟ ଦଳକୁ ଆଜିର ମ୍ୟାଚ୍‌ ଜିତିବାକୁ ପଡ଼ିବ। ଆଉ ଯଦି ପାକିସ୍ତାନ ଆଜିର ମ୍ୟାଚ୍‌ ହାରି ଯାଉଛି ତେବେ ସେମି ଦୌଡ଼ରୁ ଏକପ୍ରକାର ବାଦ ପଡ଼ିବ।

ବର୍ତ୍ତମାନ ସୁଦ୍ଧା ନ୍ୟୁଜିଲାଣ୍ଡ ଦଳ ୭ଟି ମୁକାବିଲା ଖେଳି ୪ଟିରେ ବିଜୟୀ ହୋଇଛି ଆଉ ୩ଟି ମ୍ୟାଚରେ ପରାଜିତ ହୋଇଛି। ପଏଣ୍ଟ ଟେବୁଲରେ ୮ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଦଳ ୪ ନମ୍ବରରେ ରହିଛି। ତେଣୁ ସେମିରେ ନିଜ ସ୍ଥାନ ପକ୍କା କରିବାକୁ ହେଲେ ଆଜିର ମ୍ୟାଚ୍‌ ନ୍ୟୁଜିଲାଣ୍ଡକୁ ଜିତିବାକୁ ପଡ଼ିବ।

ସେହିପରି ପାକିସ୍ତାନ ଟିମ୍‌ ମଧ୍ୟ ୭ଟି ମୁକାବିଲା ଖେଳି ସାରିଛି। ସେଥିରୁ ଦଳ ୩ଟିରେ ବିଜୟୀ ହୋଇଥିବା ବେଳେ ୪ଟିରେ ପରାଜିତ ହୋଇଛି। ମୋଟ ୬ ପଏଣ୍ଟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ପାକିସ୍ତାନ। ତେବେ ସେମି ଫାଇନାଲରେ ପ୍ରବେଶ କରିବା ପାକିସ୍ତାନ୍‌ ଟିମ୍‌ ପାଇଁ କାଠିକର ପାଠ ହୋଇଯାଇଛି।ପାକିସ୍ତାନ ଦଳକୁ ସେମି ଦୌଡ଼ରେ ରହିବାକୁ ହେଲେ ଆଜିର ମ୍ୟାଚ୍‌କୁ ଜିତିବାକୁ ପଡ଼ିବ।

Leave A Reply

Your email address will not be published.