Odisha Link
Bridging the Missing Links in Odisha

ରାଜଧାନୀବାସୀଙ୍କୁ ବିଏମ୍‌ସିର ଚେତାବନୀ; ପୃଥକ ଅଳିଆ ନଦେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଓଏଲ୍‌ ବ୍ୟୁରୋ: ଭୁବନେଶ୍ବର ସୈନକ ସ୍କୁଲ ପାଖ ଅଳିଆ ପାହାଡ଼କୁ ନେଇ ଅତିଷ୍ଠ ହେଲେଣି ଲୋକେ। ବିଏମସି ଅଳିଆ ପାହାଡ ହଟାଇବା ନାଁ ଧରୁ ନ ଥିବା ବେଳେ ପୁରା ଅଞ୍ଚଳ ପୁତ୍ତି ଗନ୍ଧମୟ ହେଲାଣିା ଆଖପାଖ ଅଞ୍ଚଳରେ ରହିବା, ଉକ୍ତ ଅଞ୍ଚଳ ଦେଇ ଯାତାୟତ କରିବା ଅସମ୍ଭବ ହୋଇ ପଡ଼ିଲାଣି। ଏସବୁ ମଧ୍ୟରେ ରାଜଧାନୀବାସୀଙ୍କୁ ଚେତାଇଛନ୍ତି ଭୁବନେଶ୍ବର ମହାନଗର ନିଗମ କମିଶନର ବିିଜୟ ଅମୃତା କୁଲାଙ୍ଗେ।

ସେ ଆଜି କହିଛନ୍ତି, ଓଦା ଓ ଶୁଖିଲା ଆବର୍ଜନା ଅଲଗା ଆସୁ ନ ଥିବାରୁ ଟ୍ରିଟମେଣ୍ଟ୍ ପ୍ଲାଣ୍ଟରେ ସମସ୍ୟା ହେଉଛିା ଏବେ ଅଳିଆ ପ୍ରୋସେସିଂ କାମ ଆରମ୍ଭ ହେଲା। କାମକୁ ତ୍ୱରାନ୍ୱିତ କରିବାକୁ ଏବେ ଏକ ଟେରାକ୍ସ ମେଶିନ ନିୟୋଜିତ ହୋଇଛି। ଆସନ୍ତା ୧୫ ଦିନରେ ଆଉ ଏକ ମେଶିନ ଆସି ପହଞ୍ଚିବ। ଲୋକେ ଅଳିଆ ପୃଥକ ଭାବେ ଦେଉ ନ ଥିବା ବେଳେ ତାହା ମୁଖ୍ୟ ସମସ୍ୟା ପାଲଟିଛି।

ସେ ଆହୁରି ରଜାଧାନୀବାସୀଙ୍କୁ କହିଛନ୍ତି ଯେ ପୃଥକ ପୃଥକ ଅଳିଆ ଦିଅନ୍ତୁ , ନ ହେଲେ ନିଆଯିବ କାର୍ଯ୍ୟାନୁଷ୍ଠାନ।ଅଳିଆ ଆଣିବାକୁ ଦୁଆରମୁହଁକୁ ଗାଡ଼ି ଯାଉଥିବା ବେଳେ ପୃଥକ ଭାବେ ଦେବାକୁ ଅନୁରୋଧ କରୁଛି। ଯେଉଁମାନେ ଏଥିରେ ସହଯୋଗ କରୁ ନାହାନ୍ତି, ନିୟମ ପାଳନ କରୁ ନାହାନ୍ତି ବିଏମସି ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି କହିଛନ୍ତି କମିଶନର। ଏପରିକି ଆସନ୍ତା ୬ରୁ ୭ ମାସ ମଧ୍ୟରେ ପୁରା ଅଞ୍ଚଳ ସଫା ହୋଇ ଅଳିଆ ପାହାଡ଼ ହଟିଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.