Odisha Link
Bridging the Missing Links in Odisha

ଅଜଣା କଥା: ଗୋଟିଏ କ୍ଳବ୍‌ ପାଇଁ କ୍ରିକେଟ ଖେଳି ସାରିଛନ୍ତି ସ୍ବାମୀ ବିବେକାନନ୍ଦ ଓ ସାମି

ଆପଣମାନେ ଜାଣନ୍ତି କି ସ୍ବାମୀ ବିବେକାନନ୍ଦ ଜଣେ ପ୍ରତିଭାଶାଳୀ କ୍ରିକେଟର ଥିଲେ।

ଓଏଲ୍‌ ବ୍ୟୁରୋ: ଦିନିକିଆ ବିଶ୍ବକପ୍‌ ୨୦୨୩ରେ ଆଜି ୩୭ ତମ ମୁକାବିଲା ଖେଳାଯିବ। ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ହାଇଭୋଲଟେଜ ମୁକାବିଲା ଖେଳାଯିବ। ଅପରାହ୍ନ ୨ଟା ସମୟରେ ଆଜିର ମୁକାବିଲା କୋଲକାତାରେ ଖେଳାଯିବ। ଦମଦାର ଫର୍ମରେ ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଥିବାବେଳେ ଦୁହେଁ ସେମି ଫାଇନାଲରେ ପ୍ରବେଶ କରି ସାରିଛନ୍ତି। ତେବେ ଆଜିର ମ୍ୟାଚ୍‌ ପୂର୍ବରୁ ଆପଣଙ୍କୁ ଆମେ ଏକ ଅଜଣା କଥା କହିବାକୁ ଯାଉଛୁ। କ୍ରିକେଟରେ ସ୍ବାମୀ ବିବେକାନନ୍ଦ ଓ ମହମ୍ମଦ ସାମିଙ୍କ କ୍ରିକେଟ ଲିଙ୍କ ବିଷୟରେ ଜାଣନ୍ତୁ।

ଆପଣମାନେ ଜାଣନ୍ତି କି ସ୍ବାମୀ ବିବେକାନନ୍ଦ ଜଣେ ପ୍ରତିଭାଶାଳୀ କ୍ରିକେଟର ଥିଲେ। ପ୍ରକୃତରେ ବିବେକାନନ୍ଦ ଜଣେ ପ୍ରତିଭାବାନ କ୍ରିକେଟର ଥିଲେ। ସେ ତାଙ୍କ ସମୟରେ ଜଣେ ଭଲ ବୋଲର ଭାବେ ଜଣାଶୁଣା ଥିଲେ। କୋଲକାତାର ପ୍ରସିଦ୍ଧ ଟାଉନ୍‌ କ୍ଲବ ପକ୍ଷରୁ ବିବେକାନନ୍ଦ କ୍ରିକେଟ ଖେଳୁଥିଲେ। ମାତ୍ର ୧୮ ବର୍ଷ ବୟସରେ ବିବେକାନନ୍ଦ ଗୋଟିଏ ଇନିଂସରେ ୭ଟି ଓ୍ବିକେଟ ନେଇ ଚର୍ଚ୍ଚାକୁ ଆସିଥିଲେ।

୧୮୦୦ ମସିହାରେ କୋଲକାତା କ୍ରିକେଟର କେନ୍ଦ୍ର ଥିଲା କହିଲେ ଅତିକ୍ତ୍ୟୁ ହେବ ନାହିଁ। ସେଠାରେ ବ୍ରିଟିଶ ମାନେ କୋଲକାତା କ୍ରିକେଟ କ୍ଲବ୍‌ ଖୋଲିଥିଲେ। ଆଉ ଭାରତୀୟଙ୍କ ଦ୍ବାରା ହୋଇଥିବା କ୍ରିକେଟ କ୍ଲବ୍‌ର ନାମ ଥିଲା ଟାଉନ୍‌ କ୍ଲବ୍। ଏହି ଦୁଇ କ୍ଲବ୍‌ ସବୁବେଳେ ଆଗରେ ରହୁଥିଲେ। ସ୍ବାମୀ ବିବେକାନନ୍ଦ ଟାଉନ୍‌ କ୍ଲବ୍‌ ପକ୍ଷରୁ ଖେଳୁଥିଲେ।

ଚଳିତ ଦିନିକିଆ ବିଶ୍ବକପ୍‌ରେ ଭାରତ ପକ୍ଷରୁ ଦମଦାର ପ୍ରଦର୍ଶନ କରୁଥିବା ମହମ୍ମଦ ସାମି ମଧ୍ୟ ଏହି ଟାଉନ୍‌ କ୍ଲବ୍‌ ପକ୍ଷରୁ ଖେଳିଛନ୍ତି। ସାମି ଉତ୍ତର ପ୍ରଦେଶରୁ କୋଲକାତା ଆସିବା ପରେ ସେ ପ୍ରଥମେ ଟାଉନ୍‌ କ୍ଲବ୍‌ ପକ୍ଷରୁ ଖେଳିଥିଲେ ଆଉ ତାପରେ ଯାହା ବି ହୋଇଛି ସାରା ବିଶ୍ବ ଜାଣିଛି। ବିଶ୍ବ କ୍ରିକେଟରେ ଜଣେ ସଫଳ ବୋଲର ଭାବେ ସାମି ପରିଚିତ। ତେବେ ଏହିପରି ଭାବେ ସ୍ବାମୀ ବିବେକାନନ୍ଦ ଓ ସାମି ଗୋଟିଏ କ୍ରିକେଟ କ୍ଲବରେ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ।

Leave A Reply

Your email address will not be published.