Odisha Link
Bridging the Missing Links in Odisha

୭ମ ପେନ୍‌ ଇନ୍‌ ବୁକ୍ସ ଯୁବ ଲେଖକ ପୁରସ୍କାର

୨୦୨୩ ପାଇଁ ୧୦ ଜଣ ହେବେ ପୁରସ୍କୃତ

ଭୁବନେଶ୍ବର: ଅଗ୍ରଣୀ ପ୍ରକାଶନ ସଂସ୍ଥା ପେନ୍‌ ଇନ୍‌ ବୁକ୍ସ ପକ୍ଷରୁ ଚଳିତ ବର୍ଷ ପାଇଁ ଯୁବ ଲେଖକ ପୁରସ୍କାର ଘୋଷଣା କରାଯାଇଛି। ୪୦ ବର୍ଷରୁ କମ ବୟସର ୧୦ ଜଣ ଯୁବ ଲେଖକ ସେମାନଙ୍କ ପାଣ୍ଡୁଲିପି ନମିନ୍ତେ ୨୦୨୩ ମସିହା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ଗଳ୍ପ ପାଣ୍ଡୁଲିପି ‘ମୁଖା ମଣିଷ’ ପାଇଁ ମମତାରାଣୀ ଦାଶ, ଉପନ୍ୟାସ ପାଣ୍ଡୁଲିପି ‘ପ୍ରଣୟିନୀ’ ପାଇଁ ସନ୍ତୋଷ କୁମାର ସାହୁ, ଉପନ୍ୟାସ ପାଣ୍ଡୁଲିପି ‘ଶେଷହୀନ ଜିଜ୍ଞାସା’ ପାଇଁ ପ୍ରିୟଦର୍ଶିନୀ ପୂରବୀ ମହାନ୍ତି, ଗଳ୍ପ ପାଣ୍ଡୁଲିପି ‘ମୋମେଣ୍ଟସ୍’ ପାଇଁ ଅଭୀପ୍ସା ମହାନ୍ତି, କବିତା ପାଣ୍ଡୁଲିପି ‘ସାଉଁଟା ଫୁଲ’ ପାଇଁ ସୋମି ଧର, କବିତା ପାଣ୍ଡୁଲିପି ‘ଈଶ୍ବରଙ୍କ ସହ ଦିନେ’ ପାଇଁ ପ୍ରଜ୍ଞା ପାରମିତା ମହାନ୍ତି, କବିତା ପାଣ୍ଡୁଲିପି ‘ଉଛୁର ବିଜନେ’ ପାଇଁ ପ୍ରତୀଚୀ ନନ୍ଦ, କବିତା ପାଣ୍ଡୁଲିପି ‘ଚିତ୍ରଲେଖା ଓ ଅନ୍ୟାନ୍ୟ କବିତା’ ପାଇଁ ରଶ୍ମିରେଖା ଦାସ, କବିତା ପାଣ୍ଡୁଲିପି ‘ସଳିତା’ ପାଇଁ ପ୍ରୀତିକ୍ରିଷ୍ଣା ସାହୁ ଓ କାବ୍ୟ ଉପନ୍ୟାସ ପାଣ୍ଡୁଲିପି ‘ହ୍ୟାସ୍‌‌ଟାଗ୍‌ ଜୀବନ’ ପାଇଁ ସାଗରିକା ନାୟକ ଏହି ପୁରସ୍କାର ପାଇବେ।

ପେନ୍‌ ଇନ୍‌ ବୁକ୍ସର ପ୍ରତିଷ୍ଠାତା ନିର୍ଦେଶକ ତଥା କଥାଶିଳ୍ପୀ ଶୁଭ୍ରାଂଶୁ ପଣ୍ଡା ସମସ୍ତ ବିଜେତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ ୨୦୨୭ ମସିହାଠାରୁ ପ୍ରତିବର୍ଷ ୪୦ ବର୍ଷରୁ କମ ବୟସର ୧୦ ଜଣ ଲେଖକଙ୍କୁ ଏହି ପୁରସ୍କାର ଦିଆହୋଇ ଆସୁଛି। ଚଳିତ ବର୍ଷ ୭ମ ସଂସ୍କରଣ ନିମନ୍ତେ ମୋଟ ୬୮ଟି ପାଣ୍ଡୁଲିପି ପ୍ରାପ୍ତ ହୋଇଥିବାବେଳେ ଅଭିଜ୍ଞ ବିଚାରକମାନଙ୍କ ଦ୍ବାରା ସେଥିମଧ୍ୟରୁ ୧୦ଟି ପାଣ୍ଡୁଲିପିକୁ ଶ୍ରେଷ୍ଠ ବିବେଚିତ କରାଯାଇଛି। ଚଳିତ ମାସରେ ଭୁବନେଶ୍ବରରେ ହେବାକୁ ଥିବା ପୁରସ୍କାର ସମାରୋହରେ ଏହି ୧୦ ଜଣଙ୍କୁ ପୁରସ୍କୃତ କରାଯିବ ବୋଲି ଶ୍ରୀ ପଣ୍ଡା କହିଛନ୍ତି। ଏ ଅବସରର ୬ଷ୍ଠ ସଂସ୍କରଣ (୨୦୨୨) ପାଇଁ ପୁରସ୍କୃତ ହୋଇଥିବା ୧୦ ଲେଖକଙ୍କ ପାଣ୍ଡୁଲିପି ପୁସ୍ତକ ଆକାରରେ ପ୍ରକାଶ ପାଇବ ବୋଲି ଶ୍ରୀ ପଣ୍ଡା ସୂଚନା ଦେଇଛନ୍ତି।

ଚଳିତ ବର୍ଷ ପୁରସ୍କୃତ ପାଣ୍ଡୁଲିପିଗୁଡ଼ିକ ୨୦୨୪ ମସିହାରେ ହେବାକୁ ଥିବା ୮ମ ପୁରସ୍କାର ପ୍ରଦାନ ସମାରୋହରେ ପୁସ୍ତକ ଆକାରରେ ପ୍ରକାଶ ପାଇବ ବୋଲି ସେ ଜଣାଇଛନ୍ତି।

Leave A Reply

Your email address will not be published.