ବିଧାନସଭା: ନଭେମ୍ବର ୨୧ରୁ ଶୀତକାଳୀନ ଅଧିବେଶନ

ଓଏଲ୍ ବ୍ୟୁରୋ: ନଭେମ୍ବର ୨୧ ତାରିଖରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତ ଅଧିବେଶନ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ହେଉଛି ଶେଷ ଶୀତ ଅଧିବେଶନ। ନଭେମ୍ବର ୨୧ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେଇ ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ । ଏନେଇ ବିଧାନସଭା ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇ ସୂଚନା ଦିଆଯାଇଛି।
ଚଳିତ ଶୀତକାଳୀନ ଅଧିବେଶନରେ ମୋଟ୍ ୩୩ଟି କାର୍ଯ୍ୟ ଦିବସ ରହିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ଖୁବ୍ଶୀଘ୍ର ସର୍ବଦଳୀୟ ବୈଠକ ଡକାଇ ପାରନ୍ତି ବୋଲି ଜଣାପଡ଼ିଛି।