Odisha Link
Bridging the Missing Links in Odisha

ସାମ୍ବାଦିକାଙ୍କୁ ମାଡ଼ ମାରିବା ଘଟଣା: ପ୍ରଯୋଜକ ଟୁଟୁ ନାୟକଙ୍କୁ ମିଳିଲା ଜାମିନ

ଓଏଲ୍‌ ବ୍ୟୁରୋ: ପ୍ରଯୋଜକ ଟୁଟୁ ନାୟକଙ୍କ ନାଁରେ ଜଣେ ମହିଳା ସାମ୍ବାଦିକ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଟୁଟୁ ନାୟକ ସାମ୍ବାଦିକାଙ୍କୁ ମାଡ଼ ମାରିବା ସହ ମହିଳା ସମ୍ବାଦିକଙ୍କୁ ଅଶାଳୀନ ବ୍ୟବହାର ଦେଖାଇଥିବା ଅଭିଯୋଗ ହୋଇଛି। ଯାହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ପ୍ରଯୋଜକ ଟୁଟୁ ନାୟକ ଥାନାରେ ହାଜର ହେବା ପରେ ଗିରଫ ହୋଇଥିଲେ। ଗିରଫ ହେବାର ୪ ଦିନ ପରେ ପ୍ରଯୋଜକ ଟୁଟୁ ନାୟକଙ୍କୁ ସର୍ତ୍ତମୂଳକ ଜାମିନ ମିଳିଛି।

ସୂଚନା ଅନୁସାରେ, ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି ଯେ ଏକ ଖବର ସଂଗ୍ରହ ପାଇଁ ସେ ଯାଇଥିବା ବେଳେ ଟୁଟୁ ନାୟକ ହଠାତ୍ ତାଙ୍କ ଗାଲକୁ ଚାପୁଡ଼ା ମାରିଥିଲେ। କେବଳ ଏତିକି ନୁହେଁ ସାମ୍ବାଦିକାଙ୍କୁ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ ହୋଇଛି। ଟୁଟୁ ନାୟକଙ୍କ ଏପରି ବ୍ୟବହାର ତାଙ୍କ ମର୍ଯ୍ୟାଦା ହାନୀ କରିଥିବା ମହିଳା ସାମ୍ବାଦିକ ଅଭିଯୋଗ କରିଛନ୍ତି। ଏହା ସହ ପ୍ରଯୋଜକଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏ ନେଇ ଖାରବେଳ ନଗର ଥାନାରେ ମାମଲା ରୁଜୁ ହୋଇଥିଲା।

Leave A Reply

Your email address will not be published.