Odisha Link
Bridging the Missing Links in Odisha

ଆଗକୁ ସାଧାରଣ ନିର୍ବାଚନ: ବିଜେଡିରେ ଯୋଗଦେଲେ ଜଣେ ଅବସରପ୍ରାପ୍ତ ଡିଏସପି

ଓଏଲ୍‌ ବ୍ୟୁରୋ: ପାଖେଇ ଆସୁଛି ସାଧାରଣ ନିର୍ବାଚନ। ନିର୍ବାଚନକୁ ନଜରରେ ରଖି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବାବେଳେ ବିଜୁ ଜନତା ଦଳ ଏହି ରେସରେ ଆଗେଇ ଚାଲିଛି। ଏହି କ୍ରମରେ ବିଜୁ ଜନତା ଦଳରେ ଅବସରପ୍ରାପ୍ତ ଡିଏସପି ରାଇସେନ ମୁର୍ମୁ ଯୋଗଦାନ ଦେଇଛନ୍ତି। ୨୩ବର୍ଷ ଧରି ମୟୂରଭଞ୍ଜ ପୁଲିସ ବିଭାଗରେ ଥିଲେ।

ଚାକିରିରୁ ସ୍ବେଚ୍ଛାକୃତ ଅବସର ପରେ ବିଜେଡିରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ଦଳରେ ସାମିଲ ହୋଇଛନ୍ତି।

Leave A Reply

Your email address will not be published.