Odisha Link
Bridging the Missing Links in Odisha

ଘରୋଇ ବସ୍ ସଂଘର ଚେତାବନୀ, ସରକାର ଦାବି ନମାନିଲେ ରାଜ୍ୟରେ ଗଡ଼ିବନି ବସ୍

ଓଏଲ୍‌ ବ୍ୟୁରୋ: ଆଜି ଘରୋଇ ବସ ସଂଘ ପୁଣି ଥରେ ଧର୍ମଘଟ କରିବାକୁ ଚେତାବନୀ ଦେଇଛି। ଘରୋଇ ବସ୍ ମାଲିକ ସଂଘ ଦାବି ପୂରଣ ଦିଗରେ ବାଟ ବାହାର ନକଲେ ଆନ୍ଦୋଳନ ତୀବ୍ର କରାଯିବ। ସରକାର ଯଦି ଦାବି ନମାନିଲେ ତେବେ ଆଉ ଥରେ ଧର୍ମଘଟ ହେବ ବୋଲି ରାଜ୍ୟ ଘରୋଇ ବସ ସଂଘ ଚେତାବନୀ ଦେଇଛି। ଆସନ୍ତା ୨୨ରୁ ରାଜ୍ୟ ଘରୋଇ ବସ ମାଲିକ ସଂଘ ଧାରଣା ଦେବ ବୋଲି ଚେତାବନୀ ଦେଇଛି।

ସୂଚନା ଅନୁସାରେ, ପୂର୍ବରୁ ପରିବହନ ମନ୍ତ୍ରୀ କହିଥିଲେ,ବସ୍‌ ମାଲିକଙ୍କୁ ଯେଭଳି ଅସୁବିଧା ନହେବ, ସେଥିପ୍ରତି ବି ଦୃଷ୍ଟି ଦିଆଯିବ। କୌଣସି ଆନ୍ଦୋଳନ କରାଯିବନି ଏବଂ ଆଲୋଚନାରେ ସମାଧାନ ହେବ। ଏହାପୂର୍ବରୁ ଲକ୍ଷ୍ମୀ ଯୋଜନାକୁ ବିରୋଧ କରି ଅକ୍ଟୋବର ୧୦ରୁ ରାଜ୍ୟବାପୀ ବସ୍‌ ଧର୍ମଘଟ କରିବାକୁ ଘରୋଇ ବସ ମାଲିକ ସଂଘ ନିଷ୍ପତ୍ତି ନେଇଥିଲେ। ପରେ ସରକାରଙ୍କ ସହିତ ଆଲୋଚନା କରି ବସ୍‌ ଧର୍ମଘଟକୁ ସ୍ଥଗିତ ରଖାଯାଇଥିଲା।

Leave A Reply

Your email address will not be published.