Odisha Link
Bridging the Missing Links in Odisha

ବର୍ଷାରେ ବେହାଲ ଚେନ୍ନାଇ; ଗଲାଣି ୧୭ ଜୀବନ

ଓଏଲ୍‌ ବ୍ୟୁରୋ: ବାତ୍ୟା ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହୋଇଛି। ୪୮ ଘଣ୍ଟାରେ ୪୦୦ରୁ ୫୦୦ ମିଲିମିଟର ବର୍ଷା ହୋଇଥିବା ରେକର୍ଡ ହୋଇଛି। ରାସ୍ତାଘାଟ, ବିମାନ ବନ୍ଦର ଓ ବସ୍‌ ଟର୍ମିନାଲ ଜଳାର୍ଣ୍ଣବ ହୋଇଛି। ୩୦ଟି ବିମାନ ଓ ଶହେରୁ ଅଧିକ ଟ୍ରେନ୍ ବାତିଲ୍‌ ସୂଚନା ରହିଛି। ବାତ୍ୟା ପ୍ରଭାବରେ ଚେନ୍ନାଇ ସ୍ଥିତି ବେହାଲ ହୋଇପଡିଛି। ପ୍ରବଳ ବର୍ଷା ଯୋଗୁଁ ଗଲାଣି ୧୭ ଜଣଙ୍କ ଜୀବନ ଚାଲିଯାଇଛି। ତଳିଆ ଅଞ୍ଚଳ ସମେତ ରାସ୍ତାଘାଟ ଜଳାର୍ଣ୍ଣବ ହୋଇପଡିଛି।

ଓଡ଼ିଶାରେ ମଧ୍ୟ ବାତ୍ୟା ‘ମିଗ୍‌ଜାଉଁ’ର ପ୍ରଭାବ ଅନୁଭୂତ ହୋଇଛି। କୋରାପୁଟ ଜିଲ୍ଲା ପଟାଙ୍ଗୀ ବ୍ଲକରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ୧୦୬ ମିମି ବର୍ଷା ରେକର୍ଡ ହୋଇଥିବା ସୂଚନା ରହିଛି। ‘ମିଗ୍‌ଜାଉଁ’ର ପ୍ରଭାବରେ ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି।

ବର୍ଷା ନେଇ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, ନୂଆପଡ଼ା, ଝାରସୁଗୁଡ଼ା ଆଦି ସ୍ଥାନରେ ବର୍ଷା ହୋଇଛି। ଆଜି ପୂର୍ବାହ୍ନ ପର୍ଯ୍ୟନ୍ତ ମାଲକାନଗିରି, କୋରାପୁଟ ଓ ରାୟଗଡ଼ା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ବାତ୍ୟା ‘ମିଗ୍‌ଜାଉଁ’ ପ୍ରଭାବରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଥିବାବେଳେ ଆହୁରି ବର୍ଷାର ପରିମାଣ ବଢିବା ଆଶଙ୍କା କରାଯାଉଛି। ପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଗଜପତିରେ ଆଜି ସବୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସବୁ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ର ଛୁଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.