Odisha Link
Bridging the Missing Links in Odisha

ଆଇଏଏସ୍‌ ସ୍ତରରେ ଅଦଳବଦଳ: ଅତିରିକ୍ତ ସିଇଓ ହେଲେ ଡ.ଏନ୍‌ ଥିରୁମାଳା

ଓଏଲ୍‌ ବ୍ୟୁରୋ: ଆଇଏଏସ୍‌ ସ୍ତରରେ ପୁଣି ଥରେ ଅଦଳବଦଳ କରାଯାଇଛି। ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଡ. ଏନ୍‌ ଥିରୁମାଳା ନାଏକଙ୍କୁ ରାଜ୍ୟ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ(ଅତିରିକ୍ତ ସିଇଓ) ଭାବେ ବଦଳି କରାଯାଇଛି। ରାଜ୍ୟ ଶ୍ରମ କମିଶନର ତଥା ଓଡ଼ିଶା ଜୀବିକା ମିଶନ ନିର୍ଦ୍ଦେଶକ ଥିବା ଡ. ନାଏକଙ୍କୁ ମଙ୍ଗଳବାର ରାଜ୍ୟ ସରକାର ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ ବଦଳି କରିଛନ୍ତି।

ସୂଚନା ଅନୁସାରେ, ରାଜ୍ୟରେ ଏବେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଭାବେ ବରିଷ୍ଠ ଆଇଏଏସ୍‌ ନିକୁଞ୍ଜ ବିହାରୀ ଧଳ କାର୍ଯ୍ୟ କରୁଛନ୍ତି। ସେହିପରି ବରିଷ୍ଠ ଓଏଏସ୍‌ ଅଫିସର୍‌ ଶତ୍ରୁଘ୍ନ କର ଓ ମିହିର ପ୍ରସାଦ ମହାନ୍ତି ଉଭୟ ଅତିରିକ୍ତ ସିଇଓ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଓଏଏସ୍‌ ଅଫିସର୍‌ ପ୍ରମୋଦ କୁମାର ସାହୁ ଯୁଗ୍ମ ସିଇଓ ଏବଂ ଓଏଏସ୍‌ ଲକ୍ଷ୍ମୀପ୍ରସାଦ ସାହୁ ଓ ପଦ୍ମଜା ଦାଶ ଡେପୁଟି ସିଇଓ ଭାବେ କାର୍ଯ୍ୟ କରୁଛନ୍ତି।

ଥିରୁମାଳାଙ୍କ ବଦଳି ପରେ ଅତିରିକ୍ତ ମୁଖ୍ୟ ନିର୍ବାଚନ ଅଧିକାରୀ ପଦବୀକୁ ରାଜ୍ୟ ସରକାର ଆଇଏଏସ୍‌ କ୍ୟାଡର୍‌ରେ ଅତିରିକ୍ତ ସଚିବଙ୍କୁ ମିଳୁଥିବା ସୁବିଧା ଓ ଦାୟିତ୍ୱ ସମକକ୍ଷ ଘୋଷଣା କରିଛନ୍ତି।ଆଗାମୀ ସାଧରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ବିଭିନ୍ନ ବିଭାଗରେ ଅଦଳ ବଦଳ କରାଯାଉଛି। ଏହାସହ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଧିକାରୀଙ୍କ ସଂଖ୍ୟାବୃଦ୍ଧି ଓ ଦକ୍ଷ ଅଧିକାରୀ ନିଯୁକ୍ତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି ବୋଲି ସ୍ପଷ୍ଟ ହୋଇଛି।

Leave A Reply

Your email address will not be published.