Odisha Link
Bridging the Missing Links in Odisha

ରାଉରକେଲାରେ ଝାଡ଼ାବାନ୍ତି ସମସ୍ୟା: ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ରାଜ୍ୟରେ କମୁଛି ରାତି ତାପମାତ୍ରା ଏବଂ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ୧୦ ଡିଗ୍ରୀ ତଳେ ୧୦ ସହର ରହିଛି। ଏହାରି ମଧ୍ୟରେ ରାଉରକେଲାରେ ସ୍ଵାସ୍ତ୍ୟବସ୍ଥା ଏବେ ଚିନ୍ତାର ବିଷୟ ପାଲଟିଛି। ଝାଡ଼ାବାନ୍ତିରେ ଆଉ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ଏହି ସମସ୍ୟାକୁ ନେଇ ଆଜି ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ଆଜି ସଂଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ ସମୀକ୍ଷା କରିବେ।

ଝାଡ଼ାବାନ୍ତି ଜନିତ ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି ପାଇଛି। ଡାକ୍ତରଖାନାରେ ଶତାଧିକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି। ମୋଟ୍ ୫୯୫ ଆକ୍ରାନ୍ତ ହୋଇଥିବାବେଳେ ସୁସ୍ଥ ହୋଇ ଫେରିଛନ୍ତି ୧୪୫ ଜଣ। ମୋଟ ୧୪ଟି ୱାର୍ଡରୁ ଲୋକେ ସଂକ୍ରମିତ ହୋଇଛନ୍ତି। ଏନେଇ ଜନସ୍ବାସ୍ଥ୍ୟ ନିର୍ଦେଶକ ନିରଞ୍ଜନ ମିଶ୍ର ସ୍ପଷ୍ଟ ସୂଚନା ଦେଇଛନ୍ତି।