Odisha Link
Bridging the Missing Links in Odisha

ଆଇପିଏଲ୍ ୨୦୨୪: ଆରମ୍ଭ ହେଲା ନିଲାମୀ ପ୍ରକ୍ରିୟା

ଓଏଲ୍‌ ବ୍ୟୁରୋ: ଦୁବାଇରେ ଇଣ୍ତିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶଂସକମାନେ ଉତ୍ସାହର ସହିତ ଆଇପିଏଲ୍ ୨୦୨୪ ପାଇଁ ମିନି ନିଲାମକୁ ଅପେକ୍ଷା କରିଛନ୍ତି। ୩୩୩ ଜଣ ଖେଳାଳି ନିଲାମୀରେ ଅଂଶଗ୍ରହଣ କରିଥିବା ବେଳେ ୧୦ ଫ୍ରାଞ୍ଚାଇଜ ଖେଳାଳି କିଣିବେ। ଏଥିପାଇଁ ୧୧୬୬ ଜଣ ଖେଳାଳୀଙ୍କ ନାଁ ପଞ୍ଜିକରଣ ହୋଇଛି। ସେମାନଙ୍କ ମଧ୍ୟରୁ ୩୩୩ ଜଣଙ୍କୁ ନିଲାମି ପାଇଁ ଚୟନ କରାଯାଇଛି।

ତେବେ ପ୍ରଥର ଥର ପାଇଁ ଅକ୍ସନ ବିଦେଶରେ ଆରମ୍ଭ ହୋଇଛି। ନିଲାମ ପ୍ରକ୍ରିୟା ମୋଟ ୩୩୩ ଖେଳାଳି ନାଁ ରହିଥିବା ବେଳେ ୧୦ଟି ପ୍ରାଞ୍ଚାଇଜ୍‌ ୭୭ ଖେଳାଳିଙ୍କୁ କିଣିପାରିବେ। ଏଥିରେ ୨୪୧ ଜଣ ଭାରତୀୟ ଖେଳାଳିଙ୍କ ନାମ ରଖାଯାଇଛି। ସେହିପରି ବିଦେଶରୁ ୧୧୯ ପ୍ଲେୟାରଙ୍କ ନାମ ରଖାଯାଇଛି। ଯେଉଁଥିରେ ୧୧୧ କ୍ୟାପ ଏବଂ ୨୧୫ ଅନ୍‌କ୍ୟାପ ଖେଳାଳି ରହିଛନ୍ତି।