କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣା: ଭୁବନେଶ୍ବରରେ ପହଞ୍ଚିଲା କେନ୍ଦ୍ରୀୟ ଆଇବି ଟିମ୍
ଓଏଲ୍ ବ୍ୟୁରୋ: ଯାଜପୁରର ନେଉଲପୁରରୁ ଗିରଫ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ମାମଲାର ଚାଲିଛି ତଦନ୍ତ। ଯାଜପୁର ଧର୍ମଶାଳାରୁ କାଶ୍ମୀର ସନ୍ଦିଗ୍ଧ ଆତଙ୍କୀ ଗିରଫ ଘଟଣାକୁ ନେଇ ଭୁବନେଶ୍ବରରେ ପହଞ୍ଚିଲା ସେଣ୍ଟ୍ରାଲ ଆଇବି ଟିମ୍। ଏନେଇ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଏସ୍ପି କେ.କେ ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ସୂଚନା ଅନୁସାରେ, ଯାଜପୁରର ନେଉଲପୁରରୁ ସନ୍ଦିଗ୍ଧ ଯୁବକ ସୟଦ ଇଶାନ ବୁଖାରୀ ଗିରଫ ହୋଇଛି। ଇଂଟେଲିଜେନ୍ସ ବ୍ୟୁରୋ ଓ ଏନଆଇଏ ଅଧିକାରୀଙ୍କ ସହ ବୈଠକ କରିଛନ୍ତି କ୍ରାଇମବ୍ରାଂଚ ଆଇଜି। କାଶ୍ମୀର ଓ ପଞ୍ଜାବ ପୋଲିସ ସହ ତଥ୍ୟ ଆଦାନପ୍ରଦାନ କରାଯାଇଛି। ଟେରର ଲିଙ୍କ ନେଇ ପ୍ରମାଣ ଖୋଜା ଚାଲିଛି। ସିଡିଆର ଓଅନ୍ୟ ଡକୁମେଣ୍ଟକୁ ବିଶ୍ଳେଷଣ କରାଯାଇଛି। ୬ଟି ଆକାଉଣ୍ଟରେ ଟେରର ଫଣ୍ଡି ନେଇ ତଦନ୍ତକାରୀ ଅଧିକାରୀ ସୁରାକ ପାଇଛି। ଏସଟିଏଫ ସନ୍ଦେହ କରୁଛି, କେରଳକୁ ଯୁବକଙ୍କୁ ପଠାଉଥିଲା ବୁଖାରୀ। ଏ ନେଇ କିଛି ଚାଟ୍ ଓ ପ୍ରମାଣ ମିଳିଛି।