Odisha Link
Bridging the Missing Links in Odisha

ଅନୁଭବ-ବର୍ଷା ଛାଡ଼ପତ୍ର ମାମଲା: ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପିୟଦର୍ଶିନୀଙ୍କ ଛାଡ଼ପତ୍ର ମାମଲା ଏବେ ପୁଣିଥରେ ଚର୍ଚ୍ଚାରେ। କେତେବେଳେ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଚର୍ଚ୍ଚା ଲାଗି ରହୁଥିବା ବେଳେ ଆଉ କେତେବେଳେ କୋର୍ଟଙ୍କ ରାୟ ପରେ ଛାଡ଼ପତ୍ର ମାମଲା ଚର୍ଚ୍ଚାକୁ ଆସୁଛି।

ସାଂସଦ ଅନୁଭବ ମହାନ୍ତି-ବର୍ଷା ବିବାହ ବିଚ୍ଛେଦ ମାମଲାକୁ ନେଇ ଏବେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟଙ୍କ ନିର୍ଦ୍ଦେଶ। ପରିବାର ଅଦାଲତ ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି। ପୂର୍ବରୁ ବିଚ୍ଛେଦ ଆବେଦନକୁ ପରିବାର ଅଦାଲତ ଅଗ୍ରାହ୍ୟ କରିଥିଲେ।